ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Share:

ସମୀର ରଞ୍ଜନ ନାୟକ ଓଡିଶା , ବ୍ୟୁରୋ ଚିଫ ।

ପୁରୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଓ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସ୍ଥାନୀୟ ଗାନ୍ଧୀଘାଟ ଠାରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉଭୟ ମହାପୁରୁଷଙ୍କ ଦେଶପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ସର୍ବୋଦୟ ମେଳା କମିଟି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ପରିଚାଳନା କରାଯାଇଥିଲା । ଶ୍ରୀ ଶିବ ପ୍ରାସଦ ମିଶ୍ର, ଶ୍ରୀ ସୁଧାକର ମହାପାତ୍ର, ଶ୍ରୀ ଉମାବଲ୍ଲଭ ମହାପାତ୍ର, ହାଜିଜେ ଆବେଦିନ, ଶିକ୍ଷକ ଶିକ୍ଷୟିତ୍ରୀ, ମହିଳା କୂଟୀର ଶିଳ୍ପର ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରେକର୍ଡ ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯାଇଥିଲ। ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ସିଂହଦ୍ବାରରୁ ଗାନ୍ଧୀଘାଟ ପର୍ଯ୍ୟନ୍ତ ପଦଯାତ୍ରାରେ ଡେଲାଙ୍ଗ ଓ ସାକ୍ଷୀଗୋପାଳର ସଂକୀର୍ତ୍ତନ ଦଳ ସାମିଲ ହୋଇ ଗାନ୍ଧୀ ଭଜନ ପରିବେଷଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Share: