ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପନିରିକ୍ଷକ ଶ୍ରୀଯୁକ୍ତ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚଢ଼ାଉକରୀ ପ୍ରଦୀପ୍ତ ସ୍ୱାଇଁ ,36ବର୍ଷଙ୍କୁ ଗିରଫ କରି ତାଙ୍କଠାରୁ 96 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କଲେ. ତାପରେ ପିପିଲି ଅବକାରୀ ଥାନା କେଶ ନମ୍ବର 80 /22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି. ସମୁଦାୟ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,60,000 ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ SI ନାରାୟଣ ବେହେରା, ସ୍ୱୟଂପ୍ରଂଜ୍ଞା ସୁଭଦର୍ଶନୀ ନାୟକ ଏବଂ ଅବକାରୀ କର୍ମଚାରୀ ଦୀନବନ୍ଧୁ ବାରିକ, ତପନ ପ୍ରଧାନ , ପ୍ରବୀନ ବିରାଜ କିରୋ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ.


Share: