ପୋଖରୀ ହିଡର ଖୁଣ୍ଟ ମଣିଷ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଆର୍ଶ୍ଚଜ୍ୟ ହେଲେବି ଘଟଣାଟି ସତ। ଘଂଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ଦୁଇ ବର୍ଷ ହେଲା ଦିନ ତମାମ ପୋଖରୀ ହିଡରେ ଛିଡା ହୋଇ ରହୁଛନ୍ତି ଜଣେ ମହିଳା । ଦିନହେଉ ଅବା ରାତି ଖରା ହେଉ ଅବା ବର୍ଷା କାହାକୁ ଖାତିର ନାହିଁ । ଖୁଣ୍ଟ ପରି ଛିଡ଼ା ହୋଇ ରହୁଛନ୍ତି। ଆହୁରି ଜାଣି ଆର୍ଶ୍ଚଯ୍ୟ ହେବେ ଦୁଇ ବର୍ଷ ଧରି କେବେବି ମେଡିକାଲ ଯାଇନାହାନ୍ତି। ଏ ହେଉଛନ୍ତି ଗଞ୍ଜାମ ବେଲଗୁଣ୍ଠା ବ୍ଲକ କଇଠପଲ୍ଲୀ ଗ୍ରାମର ପ୍ରଭାସିନୀ ନାଇକ। ଘର ପରିବାର ସବୁ ଅଛି କିନ୍ତୁ ମାନସିକ ବିକାର ଗ୍ରସ୍ତ ଯୋଗୁଁ ସବୁ କିଛି ଛାଡ଼ିଦେଇ ଗାଁ ପୋଖରୀ ହୁଡ଼ାରେ ଖୁଣ୍ଟପରି ଦୀର୍ଘ ଦୁଇ ବର୍ଷ ହେବ ଛିଡ଼ା ହୋଇ ରହୁଛନ୍ତି ପ୍ରଭାସିନୀ। ଖାଲି ସେତିକି ନୁହେଁ ମାନସିକ ବିକାର ଗ୍ରସ୍ତ ହେବାରୁ ସ୍ୱାମୀ ପର କରିଦେବା ପରେ ଝିଅ ସହିତ ନିଜ ବାପା ଘର ଗାଁରେ ରହୁଛନ୍ତି। ଝିଅ କଲେଜ୍ ରୁ ଫେରିଲେ ମାକୁ ଖାଇବା ପାଇଁ ଡାକିବାକୁ ପୋଖରୀ ତୁଠକୁ ଯାଏ କେତେବେଳେ ଝିଅ ର କଥା ମା ଶୁଣେ ତ କେତେବେଳେ ଠେଲି ଦେଇ ଦିନକୁ ଥରେ ଖାଇଲେ ଆଉ ଖାଇନଥାନ୍ତି। କଷ୍ଟ କଣ ଯାଣନ୍ତିନି କେବେକେବେ ଦିନସାରା ଓ ଅଧାରାତି ପର୍ଯ୍ୟନ୍ତ ତ ଏମିତି ଛିଡା ହୋଇ ରହିଥାନ୍ତୁ । ମୁହଁକୁ ଏପରି ଭାବରେ କପଡ଼ା ରେ ଢାଙ୍କି ରଖୁଛନ୍ତି ଯେ ତାଙ୍କ ମୁହଁ କୁ ଆଜିଯାଏ ଗାଁ ର ସ୍ତ୍ରୀ ଲୋକମାନେ ମଧ୍ୟ ଦେଖିନଥିବା କହିଛନ୍ତି । ମୁଖ୍ୟ ରାସ୍ତା କଡରେ ଏମିତି ଠିଆ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ନୂଆଁ ଲୋକ ରାତିରେ ଭୁତ ବୋଲି ଭାବି ଡ଼ରିଯାଇଥାନ୍ତି । ମନେ ମନେ ଗୁଣୁ ଗୁଣୁ ହୋଇ କଣ ସବୁ କଥା ହୋଇଥିବା ଦେଖିବାକୁ ମିଳୁଛି। ପ୍ରଶ୍ନ ପଚାରିଲେ ଗ୍ରହଣ ହିଁ କରନ୍ତିନି । ପ୍ରଭାସିନୀ ଙ୍କ ଏପରି ଅବସ୍ଥା ପ୍ରକୃତରେ ଭିର୍ଣ । ଦାରିଦ୍ର୍ୟ କାରଣରୁ ଅଧିକ ଚିକିତ୍ସା ମଧ୍ୟ କରାଇ ପାରିନାହାନ୍ତି । କୌଣସି ଚିକିତ୍ସା ଵ୍ୟଵସ୍ଥା ହେଲେ ହୁଏତ ପୂର୍ବ ଅବସ୍ଥାକୁ ଫେରି ଆସି ପାରନ୍ତେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।


Share: