ଉଦ୍ଧାର କରିବାକୁ ଯାଇ ନିଜେ ପାଣିରେ ବୁଡିଗଲେ

Share:

ଯଜ୍ଞେଶ୍ଵର ଦାସ

ମହାକାଳପଡ଼ା :ଉଦ୍ଧାର କରିବା ବେଳେ ନିଜେ ପାଣିରେ ବୁଡିଗଲେ ଏମିତି ଏକ ଦୁଃଖ ଘଟଣା ଘାଟି ଯାଇଛି l ପ୍ରପ୍ତ ସୂଚନା ଅନୁଯାଇ ମହାକାଳପଡା ବ୍ଲକ ର ବିଜୟନଗର ପଞ୍ଚାୟତ ର ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ ବୟସ ୨୬ ବର୍ଷ ସେ ଏକ ଘରୋଇ କଳିଙ୍ଗ ବିକାଶ କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ାଉଥିଲେ।ଗତ କାଲି ପିଲାମାନଙ୍କ ସହ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଶିବ ମନ୍ଦିରକୁ ବୁଲିବାକୁ ଯାଇଥିଲେ।ମନ୍ଦିରକୁ ଯିବା ପୂର୍ବରୁ ସମସ୍ତେ କଣ୍ଟିଲୋ ମହାନଦୀ ଶ୍ମଶାନ ଘାଟରେ ଗାଧୋଉଥିବା ସମୟରେ ଜଣେ ଛାତ୍ର ବୁଡି ଯିବା ସମୟରେ ସରୋଜ ତାଙ୍କୁ ଉଦ୍ଧାର କରିଥିଲେ ସତ ହେଲେ ବିଧିର ବିଧାନ ଥିଲା ଅଲଗା ନିଜେ ବୁଡି ଯାଇଥିଲେ ସଙ୍ଗେ ସଙ୍ଗେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ମୃତ୍ୟ ଖବର ପ୍ରଚାରିତ ହେବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Share: