ସହାୟତା ଅପେକ୍ଷାରେ ନାରାୟଣ

Share:

ଗଞ୍ଜାମ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ବ୍ରହ୍ମପୁର:ସମୟ କେତେବେଳ କାହାକୁ କେଉଁଆଡ଼େ ନିଏ ତାହା ଜାଣିବା ଭାରି କଷ୍ଟ ,ସାମାନ୍ୟ ଅନ୍ୟମନସ୍କ ମଣିଷକୁ ଏତେ ଦୁଃଖ ଦିଏ ଯାହା ସରାଜୀବନ ପାଇଁ ଲୁହ ଝରାଇବା ସାର ହୁଏ ।ଏମିତି ଏକ ଘଟଣା ଘଟିଯାଇଛି ଦଣ୍ଡପାଣି ବେହେରା ଙ୍କ ଭାଗ୍ୟ ରେ ଯେଉଁ ସମୟରେ ପୁଅ ବାପାଙ୍କ ସୁଖ ଦୁଃଖ ରେ ଭାଗିଦାର ହେବା କଥା
ସେହି ସମୟରେ ଯୁବକ ପୁଅର ଔଷଧ ଖର୍ଚ୍ଚ ପାଇଁ ଆଜି ଯୋଗାଡ଼ କରିବାରେ ଅକ୍ଷମ ହୋଇ ପଡିଛନ୍ତି ବାପା ,ଏମିତି ଏକ ଘଟଣା ଆସିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ,ନିମଖଣ୍ଡି ପଞ୍ଚାୟତର ଖାରବେଳ ନଗର ୧୫ ନମ୍ବର ୱାର୍ଡରେ ,ଦଣ୍ଡପାଣି ବେହେରାଙ୍କ ପୁଅ ନାରାୟଣ ବେହେରା ବୟସ ୨୦ ବର୍ଷ ସେ ମେରୁଦଣ୍ଢ ଜନିତ ଯନ୍ତ୍ରଣା ରେ ଶଯ୍ୟା ଶାୟୀ ।ସ୍ନାନ ଓ ଶୌଚ କରିବାକୁ ମଧ୍ୟ ଅକ୍ଷମ,ଯୁବକ ପୁଅର ସେବା କରୁଛନ୍ତି ଦିନ ମଜୁରିଆ ବାପା ,ତାହା ସାଙ୍ଗକୁ କରୋନା ଦାଉ ସାଧିଛି କାରଣ ବାପା ଠିକସେ କାମ ମଧ୍ୟ ପାଉନାହାନ୍ତି ।ଏପଟେ ପରିବାର ପରିପୋଷଣ ଚିନ୍ତା ସେପଟେ ପୁଅର ଔଷଧ ଖର୍ଚ୍ଚ ମଧ୍ୟ ଯୋଗାଇ ପାରୁନାହାନ୍ତି ।୩ ପୂର୍ବେ ନାରାୟଣ + ୨ ସମାପ୍ତ କରି ଆଇ ଟି ଆଇ ରେ ପ୍ରଥମ ବର୍ଷ ଫିଟର ରେ ନାମ ଲେଖାଇ ପଢା ଜାରି ରଖିଥିଲେ ,ହେଲେ ସେ ଜାଣି ନଥିଲେ ଏମିତି ଦୁଃଖର ପାହାଡ଼ ତାଙ୍କ ଉପରେ ମାଡି ବସିବ ,ଦିନେ ପୋଖରୀ ରେ ସ୍ନାନ କରିବା ସମୟରେ ହଟାତ ଏମିତି ପଡିଗଲେ ତାଙ୍କର ମେରୁଦଣ୍ଢ ର ସ୍ନାୟୁ କଟି ଗଲା ଯାହାଫଳରେ ସେହିଦିନ ଠାରୁ ଦୀର୍ଘ ତିନି ବର୍ଷ ହେଲା ଶଯ୍ୟାଶାୟୀ ହୋଇ ଅସହ୍ୟ ଯନ୍ତ୍ରଣା ରେ ଛଟ ପଟ ହେଉଛନ୍ତି ।ବାପା ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ କିଛି ଦିନ ଚିକିତ୍ସା କରିବା ପରେ କିଛି ସୁଫଳ ମିଳିଲା ନାହିଁ ,ସେଠାରୁ ଆଖିର ଲୁହକୁ ଓଠରେ ଚାପି କଟକ ବଡ଼ ମେଡ଼ିକାଲ ନେଲେ ହେଲେ କିଛି ଫଳ ହେଲାନି ,ତାହାପରେ ଘରୋଇ ହସ୍ପିଟାଲ କିମସ ରେ ଚିକିତ୍ସା ରେ ଲକ୍ଷ ଲକ୍ଷ ଟଙ୍କା ସାରି ମଧ୍ୟ ନାରାୟଣ ର କିଛି ଉନ୍ନତି ଆସିଲା ନାହିଁ ।ଶେଷରେ ଅର୍ଥ ଅଭାବରୁ ପୁଅ ଘରେ ଶଯ୍ୟାଶାୟୀ ।ମାସକୁ ଔଷଧ ବାବଦକୁ ୨୦୦୦ ଟଙ୍କା ଯୋଗାଡ଼ କରିବାକୁ ବାପା ଅସମର୍ଥ ।ବର୍ତ୍ତମାନ ସେ କହିବା ଅନୁଯାୟୀ ବାକି ଓ ଋଣ ମାଗି ୧୧ ଲକ୍ଷଖର୍ଚ୍ଚ କରିସାରିଲେଣି।ନା ଆଖିର ଲୁହ ଶୁଖୁଛି ,ନା ପୁଅ ଚାଲିବାକୁ ସକ୍ଷମ ହୋଇ ପାରୁଛି ।ତେଣୁ କିଛି ସରକାରୀ ସହାୟତା ପାଇଁ ଚାତକ ପରି ଚାହିଁ ରହିଛନ୍ତି ବାପା । ପୁଅ ଯେମିତି ସୁସ୍ଥ ହୋଇ ପୂର୍ବ ଭଳି ଭଲ ହୋଇ ନୂଆଁ ଜୀବନ ପାଇବ ସେହି ଅପେକ୍ଷାରେ ।ଯେଉଁ ମାନେ ସାହାଯ୍ୟ ର ହାତ ବଢ଼ାଇ ବାକୁ ଇଛୁକ ଦୟାକରି ଏହି 9040931939 ନମ୍ବର ରେ ଯୋଗାଯୋଗ କରନ୍ତୁ ।।


Share: