ଶିଶୁ ସୃଜନର ଭିନ୍ନ ସ୍ୱର : ମେଧା ପ୍ରତିଭା ଦିବ୍ୟାଶା ପଟ୍ଟନାୟକ

Share:

ଓଡିଶା ବ୍ୟୁରୋ

କଟକ : ଆମ ଶିଶୁ ଆମ ଭବିଷ୍ୟତ ସେହି ମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ଆମ ସମାଜର ଦାଇତ୍ଵ । ଅନେକ ପ୍ରତିଭାଙ୍କ ମଧ୍ୟରେ ଜଣେ ବହୁମୁଖୀ ପ୍ରତିଭା,ମେଧା ବିଦ୍ୟାର୍ଥୀ ଯେକି ପ୍ରବାସ ପୁନେରେ ଅନନ୍ୟ କୃତିତ୍ୱ ନେଇ ପ୍ରଶଂସା ଲାଭ କରିବା ସହ ଓଡ଼ିଶା ଜାତିର ମାନଦଣ୍ଡକୁ ଦ୍ୱିଗୁଣିତ କରିଛନ୍ତି ସେ ହେଉଛନ୍ତି ଶିଶୁ ପ୍ରତିଭା ଦିବ୍ୟାଶା ପଟ୍ଟନାୟକ । କଟକ ସଦର କନ୍ଦରପୁର ସରସ୍ଵତୀ କଳା ପରିଷଦର ଛାତ୍ରୀ ତଥା ଆଦର୍ଶ ଯୁବ ସଂଘ ସୁନ୍ଦରଗଡ,ଭାରତ ନୟାଗଡ଼ ଶାଖା ସଂଯୋଜକ ଇଂ.ସମୀର ପଟ୍ଟନାୟକ ଓ ମାତା ରଶ୍ମିତା ପଟ୍ଟନାୟକଙ୍କ ସୁପୁତ୍ରୀ ଅଟନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମରେ ୨୦୧୧ ମସିହାରେ ତାଙ୍କ ଜନ୍ମ । ପାଠପଢା ସହ ଚିତ୍ରକଳା,ବିଭିନ୍ନ ଉପାଦେୟ ପୁସ୍ତକ ପଠନ,ଚେସ୍ ଖେଳିବା ଏଥିସହ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ସଦା ଜାଗ୍ରତ । ଅଧୁନା ସେ ମହାରାଷ୍ଟ୍ର ପୁନେ ଉପକଣ୍ଠ ଆଲନ୍ଦି ରୋଡ ସ୍ଥିତ ସଂସ୍କାର ଗୁରୁକୁଳ ସି.ବି.ଏସ.ସି. ସ୍କୁଲ ଷଷ୍ଠ ଶ୍ରେଣୀର ଛାତ୍ରୀ । ବିଦ୍ୟାଳୟ ପ୍ରମୋସନ ପରୀକ୍ଷାରେ ସର୍ବାଧିକ ୯୮% ମାର୍କ ରଖି ସେ ପ୍ରଥମ ସ୍ଥାନରେ । ଯେକୌଣସି ପଦାର୍ଥ,ମହାପୁରୁଷ ବା ଦେବାଦେବୀ ମାନଙ୍କ ଫୋଟୋଚିତ୍ର,ପରିବେଶର ସୌନ୍ଦର୍ଯ୍ୟତା,କରୋନା ଉପରେ ସଚେତନତା ଚିତ୍ର ଆଦି ନିଜର କମନୀୟ ତୁଳୀରେ ମାଧ୍ୟମରେ ସେ ଦେଉଛନ୍ତି ନୂତନ ରୂପ । ଦିବ୍ୟାଶା ନିଜର ସମୟ ବାହାର କରି ଚିତ୍ର ଆଙ୍କିବା,ବିଭିନ୍ନ ଚିତ୍ରକଳା ବା ପ୍ରୋଜେକ୍ଟ ତିଆରି କରିବା ଅଭ୍ୟାସ ଜାରୀରଖି ଖୁବ୍ ସଫଳତା ଲାଭ କରିଛନ୍ତି ଏଥିସହ ଅନଲାଇନ କୁଇଜ୍ କମ୍ପିଟେସନ୍ ଏବଂ ସନାତନ ଧର୍ମ ପ୍ରଚାର ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଭଗବତ୍ ଗୀତର ୧୮ ଅଧ୍ୟାୟ ମଧ୍ୟରୁ ୧୫ ଅଧ୍ୟାୟ ଆବୃତ୍ତି ସହ ସଂସ୍କୃତ ଶ୍ଳୋକ ଭାବାର୍ଥ କରିବା ଆଦି ବହୁ ପ୍ରତିଯୋଗିତାରେ ଭାଗନେଇ ଖୁବ୍ ସଫଳ ହୋଇଛନ୍ତି। ସାଇନସ ଅଲମ୍ପ୍ୟାଡ୍ ଫାଉଣ୍ଡେସନ ତରଫରୁ ବର୍ଷ ୨୦୧୮-୧୯ ଓ ୨୦୨୨-୨୩ ରେ ଗଣିତ,ବିଜ୍ଞାନ,ସାଧାରଣ ଜ୍ଞାନ ଏବଂ ଇଂରାଜିରେ ସେ ତୃତୀୟ ଓ ଷଷ୍ଠ ଶ୍ରେଣୀରେ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି । ଏସବୁ କୃତିତ୍ୱ ପାଇଁ ତାଙ୍କ ବାପା,ମା,ଗୁରୁଜନ,ବିଦ୍ୟାଳୟରେ ସମସ୍ତେ ଗର୍ବିତ । ପିଲା ଦିନୁ ସେ ନିଜର ଅନ୍ତର୍ନିହିତ ଗୁଣାବଳୀର ପୂର୍ଣ୍ଣ ବିକାଶ ଦିଗରେ ଦୃଢ଼ ନିଷ୍ଟା ଓ ସାଧନା ଜାରି ରଖି ସେ ବିଦ୍ୟାଳୟ ସ୍ତରୀୟ ରଙ୍ଗୋଲି କାର୍ଯ୍ୟକ୍ରମ,ଜଣା ଅଜଣା ଆଦି ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରି ସଫଳ ହୋଇଛନ୍ତି । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇ ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିବା ସହ ଅନେକ କୋମଳମତି ପିଲାମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି ଯାହାକି ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ମହା ସଫଳତା । ତାଙ୍କ କନିଷ୍ଠ ଭ୍ରାତା ଶ୍ରୀମାନ ଦେବାଂଶ ପଟ୍ଟନାୟକ ଆପେକ୍ସ ଇଣ୍ଟର ନେସନାଲ୍ ସିବିଏସସି ସ୍କୁଲ,ଚାରୋହଲି ପୁନେର ପ୍ରଥମରେ ମେଧାଛାତ୍ର ଭାବେ ଶିକ୍ଷା ଲାଭସହ ସୁନ୍ଦର ହସ୍ତାକ୍ଷର ଲିଖନ,ଚିତ୍ରାଙ୍କନ ଆଦି ଅନେକ ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ।


Share: