ଜାତୀୟ ପତାକା କୁ ଅଣଦେଖ
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ
ରାୟଗଡା , ଜାତୀୟ ପତାକା କୁ ଅଣଦେଖା କରି , ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି । ସାରା ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଚି । କିନ୍ତୁ ନିଜ ଅବହେଳା ଯୋଗୁଁ ଶିକ୍ଷକ ଶ୍ରୀ ବିଜୟ ମିଶ୍ର ଦୁଇଦିନ ହେବ ଜାତୀୟ ପତାକା ନିଜ ବିଦ୍ୟାଳୟ ରେ ଉତ୍ତୋଳନ କରିଥିଲେ କିନ୍ତୁ ଜାତୀୟ ପତାକା ସୂର୍ଯ୍ୟାସ୍ତ ପୂର୍ବରୁ ଅଵତୋଳାନ କରିବା ବିଧିବଧ ନିୟମ ଥିବା ବେଳେ ନିଜ କର୍ତବ୍ୟ ରେ ଅବହେଳା କରି ଜାତୀୟ ପତାକା ର ଖୋଲା ଖୋଲି ଅସମ୍ମାନ କରିଥିବା ଦେଖିବାକୁ ମିଳିଛି ।ତେବେ ଏଥିରୁ ଜଣାପଡୁଛି ସେ କେତେ ଦାୟିତ୍ୱବାନ ?

ଏଇ ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ଘୋର ନିନ୍ଦା କରାଯାଇଥିବା ବେଳେ , ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏଭଳି କାର୍ଯ୍ୟ କରିବାର ସାହାସ ଯେମିତି କେହିବି ନ କରିବେ ସେଥିପାଇଁ ପ୍ରଶାସନ ଦୃଢ଼ ଦୃଷ୍ଟି ନେବାପାଇଁ ଚର୍ଚ୍ଚା ହେଉଛି । ତେବେ ଦୀର୍ଘ ୩ ବର୍ଷ ହେବ ସ୍କୁଲ ଗୁଡିକ ପ୍ରାୟ ବନ୍ଦ ହେଇଚି , କୋରନା କଟକଣା ଯୋଗୁଁ ତଥାପି ସରକାର ଶିକ୍ଷକମାନଙ୍କୁ ନିଜ ନିଜ ପ୍ରାପ୍ୟ ଦେଇଚାଲିଛନ୍ତି , କିନ୍ତୁ ଶିକ୍ଷକଙ୍କ ଏଭଳି ଜାତୀୟ ପତାକା କୁ ଅସଂମାନ କରିବା କେତେ ଯଥାର୍ଥ ।

ଏହା ଏକ ଦେଶଦ୍ରୋହ ମାମଲା ହେଲେ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିଭାଗୀୟ ଅଧିକାରୀ କିଭଳି ଦୃଷ୍ଟି ରେ ନେବେ ସମୟ କହିବ ? ତେବେ ଏଭଳି ଅମାନୁଷିକ କାର୍ଯ୍ୟ ସଂପର୍କରେ ଆମେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁରୁଣ ଚନ୍ଦ୍ର ବରିଆ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ଏହି ସମ୍ପର୍କରେ ମୁନିଗୁଡା ବି ଇ ଓ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତ ରିପୋର୍ଟ ଆସିବା ପରେ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ବରିଆ କହିଛନ୍ତି।