ପୁରୀ ସୁଦ୍ରକୂଳ ବେଳାଭୂମିରେ ଏନସିସି ର ପୁନିତ୍ ସାଗର ଅଭିଯାନ

Share:

ରଞ୍ଜନ ଦାସ

ପୁରୀ ଏନସିସିର ମହାନିର୍ଦ୍ଦେଶକଙ୍କ ଉପସ୍ଥିତିରେ ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏନସିସି ର ପୁନିତ୍ ସାଗର ଅଭିଯାନ ଜାତୀୟ କ୍ୟାଡେଟ୍ କୋର (ଏନସିସି) ଦ୍ଵାରା ସମୁଦ୍ର କୂଳ ତଥା ହ୍ରଦ, ନଦୀ, ପୁଷ୍କରିଣୀ ଓ ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରିବାର ଏକ ଅଭିନବ ପ୍ରୟାସ। ଆଜି ପ୍ରତ୍ୟୁଷରୁ ପୁରୀ ଜିଲ୍ଲା ପ୍ରଶାସନ ପ୍ରଶାସନ ଓ ଷଷ୍ଠ ଓଡିଶା ଏନସିସି ବାଟାଲିୟନର ମିଳିତ ଆନୁକୂଲ୍ୟରେ ଏହି ସଫେଇ କାର୍ଯକ୍ରମ ଦିଗବାରେଣୀ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ 350 ଏନସିସି କ୍ୟାଡେଟ୍, 50 ଏନସିସି ଆଲୁମିନି, ପୂର୍ବତନ ସେନାବାହିନୀ ଏବଂ ତଟରକ୍ଷୀ ବାହିନୀ ସମେତ ସେନା, ନୌସେନା , ବାୟୁସେନାର 100 ଜଣ, ଜିଲ୍ଲା ପ୍ରଶାସନ, ପୁରୀ ପୌର ପଳିକା ର ଅଧିକାରୀ , ସମୁଦ୍ରକୂଳ ବିକ୍ରେତା ଏବଂ ପର୍ଯ୍ୟଟକମାନେ ଏକତ୍ରିତ ହୋଇଥିଲେ। ସମୁଦାୟ 756 କିଲୋଗ୍ରାମ ପ୍ଲାଷ୍ଟିକ ଏବଂ ଅବକ୍ଷୟ ଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ପୁରୀ ପୌର ପାଳିକାର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମହତ୍ତ୍ୱକୁ ଆଲୋକିତ କରିବା ପାଇଁ ଏନସିସି କ୍ୟାଡେଟମାନେ ନୁକ୍କଡ ନାଟକ “ଜଳ ଲକ୍ଷ୍ୟ ତଳେ ଜୀବନ” ଏବଂ “ସ୍ବଚ୍ଛ ସାଗର ସୁରକ୍ଷିତ୍ ସାଗର” ପ୍ରଦର୍ଶନ କରିଥିଲେ। ପୁରୀ ବେଳାଭୂମିର ସୁବର୍ଣ୍ଣ ବାଲି ବର୍ଜ୍ୟବସ୍ତୁ ଦ୍ୱାରା ନଷ୍ଟ ହେବା ବିରୋଧରେ ଏନସିସି କ୍ୟାଡେଟମାନେ ବିକ୍ରେତା ଏବଂ ପର୍ଯ୍ୟଟକଙ୍କୁ ମଧ୍ୟ ସଚେତନ କରିଥିଲେ। ତାଙ୍କର ଅବଦାନ ଏବଂ ନେତୃତ୍ୱ ଗୁଣ ପାଇଁ ଏନସିସି କ୍ୟାଡେଟ୍ ଶୁଭେନ୍ଦୁ ଶଙ୍କର ପ୍ରଧାନଙ୍କୁ ଡିଜି ଏନସିସି ପଦକ ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ “ପୁନିତ୍ ସାଗର ଯୋଡା” ଭାବରେ ମନୋନୀତ କରାଯାଇଥିଲା। ବର୍ଷ ବର୍ଷ ଧରି ସମୁଦ୍ର କୂଳକୁ ପରିଷ୍କାର ରଖିବାରେ ଉତ୍ସର୍ଗୀକୃତ ହୋଇଥିବାରୁ ପୁରୀ ମ୍ୟୁନିସିପାଲିଟିକୁ ଡିଜି ଏନସିସି ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। ଆମର ସମୁଦ୍ର କୂଳକୁ ସଫା ରଖିବାର ମହତ୍ତ୍ୱ ଦର୍ଶାଇବା ପାଇଁ ପୁରୀ ସାଗର ବେଳାଭୂମିରେ ଜଣାଶୁଣା ବାଲୁକା କଳାକାର ଶ୍ରୀ ମାନସ କୁମାର ସାହୁଙ୍କ ଦ୍ୱାରା ଏକ “ବାଲୁକା କଳା” ସୃଷ୍ଟି କରାଯାଇଥିଲା |
ଏହି ଉତ୍ସବରେ ଏନସିସିର ମହା ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀରପାଲ ସିଂ, ଏଭିଏସଏମ, ଭିଏସଏମ, ଓଡିଶା ଏନସିସି ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ କମୋଡୋର ସୋମନ ବାନାର୍ଜୀ, ପୂରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ। ଡିଜି ଏନସିସି ତାଙ୍କ ଉଦବୋଧନ ରେ ପୁରୀ ବିଚକୁ ପରିଷ୍କାର ରଖିବାରେ ଉତ୍ସାହ ଏବଂ ଉତ୍ସର୍ଗୀକୃତତା ପାଇଁ ଏନସିସି କ୍ୟାଡେଟମାନଙ୍କୁ ସାଧୁବାଦ ଜଣାଇଥିଲେ। ରାଷ୍ଟ୍ର ନିର୍ମାଣର ଏହି ଉତ୍ତମ କାରଣକୁ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ସ୍ୱଚ୍ଛ ଭାରତ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଡିଜି ଏନସିସି ଜିଲ୍ଲା ପ୍ରଶାସନର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଷଷ୍ଠ ଓଡିଶା ବାଟାଲିୟନ ଏନସିସିର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସୁନ କୁମାର ପଣ୍ଡା ସଂଯୋଜନା କରିଥିଲେ ଏବଂ କ୍ୟାପ୍ଟେନ ଡକ୍ଟର ଶୁଭେନ୍ଦୁ ମିଶ୍ର ଏବଂ ସୁବେଦାର ମେଜର ରୋହତଶ ସକ୍ରିୟ ଭାବରେ ସହଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ପୁରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୀ ପୌର ରପାଳିକା ଶ୍ରୀ ସରୋଜ ସ୍ୱାଇଁ ଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା।
ପୁରୀ ସାଗର ବେଳାଭୂମି କୁ ଷଷ୍ଠ ଓଡିଶା ବାଟାଲିୟନ ଏନସିସିର କ୍ୟାଡେଟ ମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଏହାକୁ ପରିଷ୍କାର ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏନସିସି ପ୍ରତିଶ୍ରୁତି ଦେଇଛି। ଏହାର ମୁକାବିଲା ପାଇଁ ଏନସିସି ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇ ପି) ସହିତ ଏମଓୟୁ ସ୍ୱାକ୍ଷର କରିଛି ଏନ ସି ସି ପକ୍ଷରୁ ସୂଚନା ଦିଆଯାଇଛି।


Share: