ଏଡସ ନିରାକରଣ ଓ ନିୟନ୍ତ୍ରଣ ଶାଖା ପକ୍ଷରୁ ଜନ ସଚେତନତା

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀ ମୁଣ୍ଡା ପରଶୁରାମ ମହାବିଦ୍ୟାଳୟ ରେ ଆୟୋଜିତ ହେଲା ଏଡସ ସଚେତନତା କାର୍ଯ୍ୟକ୍ରମ, ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଓ ୟୁଥ ରେଡକ୍ରୋଶ ର ମିଳିତ ସହଯୋଗ ରେ ଖୁର୍ଦ୍ଧା ଜିଲ୍ଲା ଏଡସ ନିରାକରଣ ଓ ନିୟନ୍ତ୍ରଣ ସାଖାପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମହାବିଦ୍ୟାଳୟ ର କୁଳପତି ଶ୍ରୀ ପ୍ରେମରାଜ ପ୍ରଧାନ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମିଳିତ ସହଯୋଗ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଖୁର୍ଦ୍ଧା ଜିଲ୍ଲା ଏଡସ ସଚେତନତା କାର୍ଯ୍ୟକ୍ରମ ର ପ୍ରମୁଖ ଶ୍ରୀ ବିଧାନ ଚନ୍ଦ୍ର ନାୟକ, ଓ କେ ଏନ ପି ର ଡିଆରପି ଶ୍ରୀ ଶଶିକାନ୍ତ ବରାଳ ଓ ବାଣପୁର ର ସମସ୍ତ ୱାର୍କର ଭାଇ ଓ ଭଉଣୀ ମାନେ ଯୋଗଦାନ କରି ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଏଚ ଆଇଭି, ଏଡସ ସମ୍ପର୍କ ରେ ସଚେତନ କରିଥିଲେ,ଏବଉଁ 1097 ଟୋଲ ଫ୍ରି ନମ୍ବର କୁ ଫୋନ କରି ଏଚ ଆଇଭି, ଏଡସ ସମ୍ପର୍କ ରେ ଅଧିକ ଜାଣିବା ପାଇଁ ଆହ୍ୱାନ ଦେଇଥିଲେ


Share: