ରାୟଗଡା ଉଚ୍ଚ ମାଧ୍ୟମିକ ଓ ସ୍ୱୟଂସାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସ୍ୱୟଂ ସାସିତ ମହାବିଦ୍ୟାଳୟ ତାହାର 56 ତମ ବାର୍ଷିକ ଉତ୍ସବ ଅତିଆଡମ୍ବର ସହକାରେ ପାଳନ କରିଛି l ଏହି ଅବସରରେ ଏହି ମହାବିଦ୍ୟାଳୟ ର ଦୁଇ ପୂର୍ବତନ ଛାତ୍ର ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ହରିଜନ ପଛୁଆ ବର୍ଗ ଉନୟନ ତଥା ଆଇନ ବିଭାଗ ଓଡିଶା ସରକାର ମୁଖ୍ୟଅତିଥି ଓ ଅନ୍ୟ ଜଣେ ହେଲେ ଶ୍ରୀ ମକରନ୍ଦ ମୁଦୁଲି ବିଧାୟକ ରାୟଗଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ରୂପେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା, ଏନ ଭାସ୍କର ରାଓ ପୂର୍ବତନ ରାଜ୍ୟସଭା ସାଂସଦ, ଅନୁସୂୟା ମାଝୀ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ରାୟଗଡା, ସରସ୍ବତୀ ମାଝୀ ଜ଼ିଲ୍ଲା ପରିଷଦ ଅଧକ୍ଷା ରାୟଗଡା, ଶ୍ରୀ ସୋମନାଥ ପ୍ରଧାନ ଅତିରିକ୍ତ ଜ଼ିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ରାୟଗଡା ଓ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଉପ କୁଳପତି ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇଥିଲେ l ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ଅତିଥି ମାନଂକଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏମ ଶ୍ରୀନିବାସ ଆଚରି ଉପ ସଭାପତି ସାଂସ୍କୃତିକ ବିଭାଗ ଅତିଥି ପରିଚୟ କରିଥିବା ବେଳେ କଲେଜ ପ୍ରିନସିପାଲ ଡାକ୍ତର ପ୍ରସନ କୁମାର ଗନ୍ତାୟତ ଅତିଥି ଙ୍କୁ ସ୍ୱାଗତ ଜଣାଇଥିଲେ ଓ କଲେଜ ୟୁନିଅନ ର ଉପଦେଷ୍ଟା ଡାକ୍ତର ବବିଳତା ଶରଫ ବାର୍ଷିକ ବିବରଣୀ ପାଠ କରିଥିଲେ l ନିଜ ବିବରଣୀ ରର ଶରଫ କହିଥିଲେ ଯେ ଏହି କଲେଜ ର ଏନ ସି ସି, ରେଡ଼କ୍ରସ ର ଛାତ୍ର ଛାତ୍ରୀ ମନେ ଜ଼ିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାର କୁ ଯାଇ ପୁରସ୍କୃତ ହୋଇଛନ୍ତି ବୋଲି l ଏହି କଲେଜ ଟି 1966 ମସିହା ରର ମାତ୍ର 7 ଜଣ ଛାତ୍ର ଙ୍କୁ ନେଇ ଆରମ୍ଭ ହୋଇଥିଲା ବର୍ତମାନ ଆଜି ଏହି କଲେଜ ରର 5600 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି l ସୀମିତି ଜମିରେ ଏହି କଲେଜ ଚାଲିଛି ଏଥିପାଇଁ ଦ୍ୱତୀୟ ଏକ କେମ୍ପସ ର ଆବଶ୍ୟକ ଅନୁଭବ କରୁଛୁ କିନ୍ତୁ ସରକାରୀ ଜମି ର ଅଭାବ ରୁ ଏହା ହୋଇପାରିନଥିଲା ବୋଲି ଭାସ୍କର ରାଓ କହିଥିଲେ l ସଂସଦ ଶ୍ରୀ ଉଲାକା ଏହି ସ୍ୱୟଂ ଶାସିତ କଲେଜ କୁ ଏକ ବିଶ୍ୱବିଦ୍ୟାଳୟ ରେ ପରିଣତ ପାଇଁ ଦାବି ରଖିଥିଲେ l ତାଙ୍କ ବାପା ସ୍ବର୍ଗତ ରାମ ଚନ୍ଦ୍ର ଉଲାକା ଏହି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ରର ବାସ କରୁଥିବା ଆଦିବାସୀ ଓ ହରିଜନ ପିଲାଙ୍କ ଉନ୍ନତି ପାଇଁ ଆଶ୍ରମ ସ୍କୁଲ ମାନ ଗଢିଥିଲେ ବୋଲି କହିଥିଲେ l ପଢିବା ଶ୍ରେଷ୍ଠ ହେବା ସହିତ ଦେଶ ଗଢିବା ପାଇଁ ଅତିଥି ମନେ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ l ବିଧାୟକ ମୁଦୁଲି ନିଜ ଭାଷଣ ରେ କହିଥିଲେ ଯେ ବର୍ତମାନ ର ଯୁଗ ପ୍ରତିଯୋଗିତା ର ଯୁଗ ଏହି ପ୍ରତିଯୋଗୀତା କୁ ମୁକାବିଲା କରି ବା ନିମନ୍ତେ ପିଲାଙ୍କୁ ଶିକ୍ଷା ଦେବା ନିମନ୍ତେ କଲେଜ କର୍ତୃପକ୍ଷ ଙ୍କୁ କହିଥିଲେ l ମୁଖ୍ୟଅତିଥି ଶ୍ରୀ ସାରକା କହିଥିଲେ ଯେ ଶିକ୍ଷକ, ଅବିବାଭକ ସବୁକିଛି କରିଦେବେ ତାହା ନୁହଁ ଛାତ୍ର ଛାତ୍ରୀ ମନେ କଠିନ ପରିଶ୍ରମ କରି ନିଜ କୁ ଶାନ୍ତିଶୃଙ୍ଖଳିତ କରି ଧର୍ଯ୍ୟ ର ସହିତ କାମ କରିବାକୁ ପଡିବ ବୋଲି ଇ ଉଚ୍ଚ ଅଭିଳାଷ ନେଇ ପରିଶ୍ରମ କରି ଚେଷ୍ଟା କଲେ ନିଶ୍ଚୟ ସଫଳତା ପାଇବ ବୋଲି କହିଥିଲେ l ତମ ପରି ଛାତ୍ରୀ ଆଜି ଦେଶ ର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ର ରାଷ୍ଟ୍ରପତି ହୋଇପାରିଛନ୍ତି ବୋଲି କହିଥିଲେ l ମନ୍ତ୍ରୀ କହିଥିଲେ ଯେ ମୁଁ ଓ ବିଧାୟକ ଏହି ପି ଏମ ଜି ହଷ୍ଟେଲ ରେ ରହି ବିଭିନ୍ନ ଅଭାବ ଅସୁବିଧା ରେ ପଢ଼ୁଥିଲୁ କିନ୍ତୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ତାହାର ବିନିଯୋଗ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ l ବିଭିନ୍ନ ବିଭାଗ ରେ ପ୍ରତିଯୋଗିତା ରର ଭାଗ ନେଇ କୃତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମସବେ ପୁରସ୍କୃତ କରିଥିଲେ l ସମସ୍ତ ଅତିଥି ଙ୍କୁ କଲେଜ ପକ୍ଷରୁ ପୁଷ ଗୁଚ୍ଛ ଓ ଉପଢ଼ୋକନ ଦେଇ ଅଧକ୍ଷ ଶ୍ରୀ ଗନ୍ତାୟତ ସମ୍ମାନିତ କରିଥିଲେ l ପରିଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବାସଣ କରାଯାଇଥିଲା l ଉଦୟ ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏମ ଶ୍ରୀନିବାସ ଆଚରି ମଞ୍ଚ ପରିଚାଳନା କରିଥିଲେ l କଲେଜ ର ମନ୍ମଥ ରାଓ ତୋୟିକା, ଅନନ୍ତ ଶବର ସଂଗ୍ରାମ କେଶରୀ ପଟ୍ଟନାୟକ, ଆଶିଷ ସାହୁ, ପ୍ରିୟଦର୍ଶିନୀ ବଳ, ନିବେଦିତା ବାଘ, ଅନିତା ତ୍ରିପାଠୀ, ଭୁବନେଶ୍ୱରି ପାତ୍ର ରାଜଲକ୍ଷ୍ମୀ ଦେବି, ଅନ୍ୟ ସମସ୍ତେ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ କରିଥିଲେ l


Share: