ନବୀନ ପଟ୍ଟନାୟକ ଙ୍କ ଇଷ୍ଟ୍ରାଟେଜି ଆଗରେ ଫେଲ ମାରିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ପଦ୍ମପୁରବାସୀଙ୍କ ନିକଟରେ ମୁଁ ଋଣୀ l ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ନିଁଛିତ ଭାବେ ପାଳନ କରା ଜୀବ l ମିଳିତ ହୋଇ କାମ କଲେ କେବଳ ପଦ୍ମପୁର ନୁହେଁ ସମଗ୍ର ଓଡିଶାରେ ବି ଉନ୍ନତି ହେବ l ତେଣୁ ଖୁବଶୀଘ୍ର ପଦ୍ମପୁର ଯାଇ ପାଣମାନଙ୍କର ଆଶୀର୍ବାଦ ନେବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ବାଜିପରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି l ବର୍ଷାସିଂ ବିରିହାଙ୍କ ପ୍ରତି ବିଜେପି ନେତା ଅସନମାନ ସୁଚକ ଶବ୍ଦ ପ୍ରୟୋଗ କରିବାରୁ ସେ ଜଣେ ବାପା, ଭାଇ ସେ ପଦ୍ମପୁର ଯିବାକୁ ବାଧ୍ୟହେଲେ ବୋଲି ନିର୍ବାଚନ ଫଳାଫଳ ବାହାରୀବା ପରେ ନିଜ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କାଉଣ୍ଟର କରିଛି ବିରୋଧୀଦଳ ନେତା ଜୟନରାୟଣ ମିଶ୍ର ଏ ନେଇ ଟ୍ୱିଟ କରି ଜୟନାୟଣ କହିଛନ୍ତି ଗଣତନ୍ତ୍ର ରେ ଜନତାଙ୍କ ମତ ସର୍ବାଗ୍ରେ l କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଅତି ଚତୁରତା ସହ ଭିଡ଼ିଓ ବାର୍ତ୍ତା ମଧ୍ୟରେ ଏକ ରାଜନୀତିକବୟାନ ଦେଇଛନ୍ତି, ତାହାକୁ ନିନ୍ଦା କରୁଛି l ମୁଖ୍ୟମନ୍ତ୍ରୀଙ୍କଉଦେଶ୍ୟରେ ଜୟନାରାୟଣ କହିଛନ୍ତି, ବିଜେପି ମହିଳା ବିରୋଧୀ ବୋଲି ଆପଣ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତକରି ପାରିନଥାନ୍ତେ ଧାମନଗର ଉପ ନିର୍ବାଚନ ରେ ବିଜେପି କୁ ଧାମନଗର ବାସୀ ଜିତେଇନଥାନ୍ତେ ଯଦି ମା ଭଉଣୀଙ୍କ ପତି ଆମ ଦଳର ସନମାନ ନଥାନ୍ତା l ତେବେ ଏମିତି ତ ବିରୋଧୀ ଙ୍କ ବୟାନ ବାଜିଆସେ ନିର୍ବାଚନ ରେ ହରିଲାଗଲା ପରେ l ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟ୍ରାଟେଜି ଆଗରେ ଫେଲ୍ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁର ବିଶାଳ ବିଜୟ ସହ ଧାମନଗର ଉପନିର୍ବାଚନ ପରାଜୟ ପରେ ପୁଣି ଥରେ ବିଜୟ ଧାରାକୁ ଫେରିଛି ବିଜେଡି। ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପଦ୍ମପୁରରେ ମୁହାଁମୁହିଁ ହୋଇଥିଲେ ବିଜେଡି ଆଉ ବିଜେପିର ବରିଷ୍ଠ ନେତା। କହିବାକୁ ଗଲେ ଦୁଇ ଦଳ ମଧ୍ୟରେ ପଦ୍ମପୁରରେ ହୋଇଥିଲା ଡାଇରେକ୍ଟ ଫାଇଟ। ବିଜେପି ପାଇଁ ୫ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦଳର ଅନେକ ଛାମୁଆ ନେତା ପଦ୍ମପୁରରେ ଡେରା ପକାଇ ପ୍ରଚାର କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବିଜେଡି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବର୍ତ୍ତମାନ ନିର୍ବାଚନ ଫଳାଫଳରୁ ଜଣାପଡୁଛି ଯେ, ନବୀନଙ୍କ କ୍ରେଜ୍ ଆଗରେ ଫେଲ୍ ମାରିଛନ୍ତି ଧର୍ମେନ୍ଦ୍ରଙ୍କ ନେତୃତ୍ୱାଧିନ ବିଜେପି ଟିମ୍।


Share: