ବି ଜେପି ଛାଡି ବିଜେଡି ରେ ମିଶିଲେ

Share:

ସମୀର ରଞ୍ଜନ

ପୁରୀ :ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତି, ଜନକଲ୍ୟାଣକାରୀ ଯୋଜନା ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ପଞ୍ଚାୟତ ହରିଜନ ସାହିର ଶରତ ଭୋଇ, ରତ୍ନାକର ନାୟକ, ଆରତ ଭୋଇ, ବିଲଙ୍କ ଭୋଇ, ଦେବରାଜ ପାହଣ, ବୁଲୁ ଭୋଇ, ରବିନ୍ଦ୍ର ଭୋଇ, ଲକ୍ଷ୍ମଣ ପାହାଣ, ବିଦେଶୀ ଭୋଇ, ପବିତ୍ର ଭୋଇ, ଶବର ଭୋଇ, ଲାଲୁ ଖାଁ, କଲିମ୍ ମହମ୍ମଦ, ଗୋଲାମ୍ ମହମ୍ମଦ, ଶେଖ୍ ମୁନା, ସୁଦର୍ଶନ ଭୋଇ, ୟୁସୁଫ ଖାଁ, ଗୁରୁବାରି କାଣ୍ଡି, ବିଶ୍ୱନାଥ କାଣ୍ଡି, ଚନ୍ଦ୍ରକଳା ବେୱା, ଇନ୍ଦ୍ରମଣି ନାୟକ, ପ୍ରକାଶ ନାୟକ, ବଳରାମ ନାୟକ, କାର୍ତ୍ତିକ ନାୟକ, ମିଟୁ ନାୟକ, ମାନସ ଭୋଇ, ତପନ ଭୋଇ, ଅଜୟ ଭୋଇ, ପ୍ରତାପ ଭୋଇ, ସୋମନାଥ ଭୋଇ, ନିରଞ୍ଜନ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଭାରତ ଭୋଇଙ୍କ ସମେତ 30ଗୋଟି ପରିବାର ବିଜେପି ପାର୍ଟି ପରିତ୍ୟାଗ କରି ଆଜି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ ଦଳାଇ କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳର ବରିଷ୍ଟ ନେତା ପ୍ରଫୁଲ୍ଲ ଜେନା, ପ୍ରଫୁଲ୍ଲ ଜେନା (ବାବୁଲି), ସାତପଡ଼ା ପଞ୍ଚାୟତ ସମିତି ସଭ୍ୟ ମଣ୍ଟୁ ପ୍ରଧାନ ଓ ପୂର୍ବତନ ସମିତି ସଭ୍ୟ ଉପେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିଥିଲେ।


Share: