ବସନ୍ତ ଦିବସ ପାଳିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ, ୟୁନିଟ୍-୩, ଭୁବନେଶ୍ୱର ଠାରେ ସ୍ଵର୍ଗତ ବସନ୍ତ କୁମାର ବିଶ୍ଵାଳ ( ପୂର୍ବତନ ରାଜ୍ୟ ସଭାପତି) ଙ୍କ ସ୍ମୃତିରେ ବସନ୍ତ ଦିବସ ପାଳନ କରାଯାଇଛି l

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଦାଶରଥି ଶତପଥୀ ସେକ୍ରେଟେରୀ ଓ.ଲ.ଏ ଓ ଓଡ଼ିଶା ଷ୍ଟେଟ୍ ଭାରତ ସ୍କାଉଟ୍ ଓ ଗାଇଡ୍ସ ର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପ ସଭପତି ଡଃ. କାଳୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତରେ ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସିଥିବା ସ୍କାଉଟ୍ ମାଷ୍ଟର, କବ ମାଷ୍ଟର, ଗାଇଡ୍ କ୍ୟାପଟେନ ଓ ଫ୍ଲକ୍ ଲିଡର ମାନଙ୍କୁ ବସନ୍ତ କୁମାର ବିଶ୍ଵାଳ ପୁରସ୍କାର ପ୍ରଦାନ କରାଯାଇଛି।

ସେମାନଙ୍କ ମଧ୍ୟରୁ ପୁରୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ଵେତଗଙ୍ଗାର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏଥିସହ ଶ୍ରୀମତୀ ଅନ୍ନପୂର୍ଣ୍ଣା ଜେମା,ପିପିଲି ସରସ୍ଵତୀ ଶିଶୁ ମନ୍ଦିର, ଶ୍ରୀ ରାଜକିଶୋର ସେନାପତି, ବଟେଶ୍ୱର ନୋଡାଲ ହାଇସ୍କୁଲ୍, ବାଲିଦୋକାନ ଓ ଶ୍ରୀ ଜିତେନ୍ଦ୍ର କୁମାର ପେଣ୍ଠୋଇ, ସିରେଇ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଧ୍ୟ ଏହି ସମ୍ମାନ ଗ୍ରହଣ କରିଅଛନ୍ତି l


Share: