ଡାକାୟତି ମାମଲାରେ ଦୁଇ ଗିରଫ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ନୟାଗଡ : ଡ଼କାୟତି ମାମଲା ରେ ଦୁଇ ଜଣଗିରଫ ହୋଇଥିବା ଖବର ଆମ ହସ୍ତଗତ ହୋଇ ମିଳିଥିବା ଖବର ଅନୁଯାଇ ନୟାଗଡ ଟାଉନ ଥାନା ପୁଲିସ ଡକାୟତି ମାମଲାରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଗଣ୍ଡପଲ୍ଲୀ ଗ୍ରାମର ଦୁଇ ଭାଇ ଏ. ସନ୍ତୋଷ ଏବଂ ଏ. ଅର୍ଜୁନଙ୍କୁ ଗିରଫ କରିଛି । ସୁନା କିଣିଥିବା ବଣିଆ ଆସ୍କା ଥାନା ଭାଲିଆପଲ୍ଲୀର ଗୋଦାବରୀ ସାହୁଙ୍କୁ ମଧ୍ଯ ଗିରଫ କରାଯାଇଛି । ଅକ୍ଟୋମ୍ବର ୧୮ ତାରିଖ ଦିନ ଅନୁସୂୟା ଦୋରା ନୟାଗଡ଼ କଲେଜ ରାସ୍ତାରେ ଥିବା ନାରାୟଣୀ ମନ୍ଦିରରେ ପୂଜା ସାରି ଫେରୁଥିବା ବେଳେ ତାଙ୍କ ଠାରୁ ସୁନାଚେନ୍‌ ଲୁଟ ହୋଇଥୁଲା । ସେହିଭଳି ଭାବେ ଡିଆନବନ୍ଧ ସାହିର ତୃପ୍ତି ମଞ୍ଜରୀ ସାହୁ ମଧ୍ୟ ସୁନାଚେନ୍ ଲୁଟ ନେଇ ଅଭିଯୋଗ କରିଥିଲେ । ପୁଲିସ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଧରିବାରେ ସଫଳ ହୋଇଛି l ଅଭିଯୁକ୍ତ ୨ ଭାଇଙ୍କ ଠାରୁ ୨ ଟି ବାଇକ, ୧୦ ଟିମୋବାଇଲ, ଗୋଟିଏ ସୁନାଚେନ ଜବତ କରାଯାଇଥିବା ବେଳେ ତାଙ୍କ ଠାରୁ ଏକ ଚେନ କିଣିଥିବା ବଣିଆ ଗୋଦାବରୀଙ୍କ ଠାରୁ ଗୋଟିଏ ସୁନାଚେନ୍‌ ଜବତ କରାଯାଇଛି ! ମଙ୍ଗଳବାର ଟାଉନଥାନା ପୁଲିସପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ଏସଡିପିଓ ଶୁଭେନ୍ଦୁ ସିହ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।


Share: