କୈଳାଶପୁର ମଙ୍ଗଳ ବିଭାଗ ର ଉଚ୍ଚ ବିଦ୍ୟାଳୟଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ସ୍ଥିତ କୈଳାଶପୁର ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାହାକି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଥିଲା, ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଲାଗି ସ୍କୁଲ ପରିଷରରେ କୌଣସି ଖେଳକୁଦ କି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା କିନ୍ତୁ ଏହି ବର୍ଷ କରୋନା ର ପ୍ରକୋପ କମିଯାଇଥିବାରୁ ବାର୍ଷିକ ଉତ୍ସବ ଅତିଆନନ୍ଦ ର ସହିତ ପାଳିତ ହୋଇଯାଇଛି lଏହି ବାର୍ଷିକ ଉତ୍ସବ କୁ ନିମନ୍ତ୍ରିତ ହୋଇଥିବା ଅତିଥି ଙ୍କୁ ବିଦ୍ୟାଳୟ ର ବାଳିକା ମାନଙ୍କ ଦ୍ୱାରା ପାଛୋଟି ନିଆଯାଇଥିଲା , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘଡେଇ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ଜାତି, ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ମୁଖ୍ୟବକ୍ତା ଭାବରେ ବିଭାଗ ର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ୟାମଘନ ଭୂୟାଁ ଯୋଗ ଦେଇଥିଲେ ସେହିପରି ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ,ବଡ଼ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡା ଗୋରୀ, ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା, ବ୍ଲକ ର ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ମଂଚାସୀନ ଥିଲେ l କିନ୍ତୁ ଏହି କାର୍ଯ୍ୟକ୍ରମ କୁ କୋଳନରା ର ନିର୍ବାଚିତ ଜ଼ିଲ୍ଲା ପରିଷଦ ସଭ୍ୟା ତାଡିଙ୍ଗି ଙ୍କୁ ମଞ୍ଚରେ ଦେଖିବାକୁ ମିଳିନଥିଲା l ତାଡିଙ୍ଗି ମହୋଦୟା ଙ୍କୁ ସ୍କୁଲ କର୍ତୃପକ୍ଷ ନିମନ୍ତ୍ରଣ କରିବାରେ ଭୁଲିଗଲେ କି??? ନିମନ୍ତ୍ରିତ ଅତିଥି ଭାବେ ମୁକୁନ୍ଦପୁର ର ବରିଷ୍ଠ ସମାଜ ସେବି ତଥା ବିଜେଡି ର ଟାଣୁଆ ନେତା ଓ ମନ୍ତ୍ରୀ ଶ୍ରୀ ସାରକା ଙ୍କ ଅତି ନିକଟର ବ୍ୟକ୍ତି ଚନ୍ଦ୍ର ବାବୁ ନାଇଡ଼ୁ ବୁଡୁଭାଇ, କୋଳନରା ର ଶଶୀ ଭାଇ, ଏଙ୍କଟି ହୁଇକା, ହରି ଉରଲାକା ଅନ୍ୟମାନେ ଯୋଗ ଦେଇଥିଲେ l
ମଞ୍ଚାସୀନ ଅତିଥି ମାନେ ପ୍ରଥମେ ବିଘ୍ନ ବିନାଶକ ଗଣେଶ ତୈଳଚିତ୍ର ଓ ଜଗନ୍ନାଥ ଙ୍କ ପାଖରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା , କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ଆବଶ୍ୟକତା କୁ ଅତିଥି ଙ୍କ ଗହଣ ରେ ଉପସ୍ଥାପନା କରିଥିଲେ , ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସାରକା ଉପସ୍ଥିତ ଥିବା ବିଦ୍ୟାର୍ଥୀ ମାନଙ୍କୁ ସମାଜ ରେ ଶିକ୍ଷା ର ଗୁରୁତ୍ୱ କେତେ ବହନ କରେ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ
ସେହିପରି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଶିକ୍ଷା କୁ ନେଇ ଉପକାରୀତା ଏବଂ ଶିକ୍ଷା କୁ କିପରି ଭାବରେ ଗ୍ରହଣ କରିବା ଓ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ର ଉନ୍ନତି ନିମନ୍ତେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବିଦ୍ୟାଳୟ ରେ ଯେଉଁ ସମସ୍ତ ଆବଶ୍ୟକତା ରହିଛି ସେ ସବୁ ପର୍ଯ୍ୟାୟ କ୍ରମେ ଖୁବଶୀଘ୍ର ପୂରଣ କରାଯିବ ବୋଲି ସେ ସମ୍ପର୍କରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବାଳିକା ମାନଙ୍କୁ କହିଥିଲେl
ଅନ୍ୟତମ ସମ୍ମାନିତ ଅତିଥି ବିଧାୟକ ଉଭୟ ଗୁଣୁପୁର ଓ ରାୟଗଡା ବାଳକ ଓ ବଳିକା ମାନଙ୍କୁ କେବଳ ବଡ଼ ମଣିଷ ହେଲେ ହେବ ନାହିଁ ଭଲ ମଣିଷ ହେବା ନିହାତି ଆବଶ୍ୟକ ସେଇଟା ଶିକ୍ଷା ର ବିକାଶ ଘଟିଲେ ହିଁ ସମ୍ଭବ ହୋଇ ପାରିବ ବୋଲି କହିଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ,ଆଧୁନିକ, ଓଡିଶୀ ନୃତ୍ୟ,ସଙ୍ଗୀତ, ନାଟକ ପରିବେଷଣ ଏବଂ ବିଭିନ୍ନ ପ୍ରକାର କ୍ରୀଡା କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା କୃତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ଟ୍ରଫି, ସହ ମାନପତ୍ର ପ୍ରଦାନ କରାଯାଇଥିଲା, ଏହି ମହୋତ୍ସବ ରେ ଯୋଗ ଦେଇଥିବା ଗଣମାଧ୍ୟମ ପ୍ରତିନିଧି ସ୍କୁଲ ର କାର୍ଯ୍ୟକ୍ରମ କୁ ସଂଗ୍ରହ କରି ପ୍ରଚାର ଓ ପ୍ରସାରଣ ପାଇଁ ଆସିଥିଲେ କିନ୍ତୁ ସ୍କୁଲ ର ପ୍ରଧାନ ଶିକ୍ଷକ ଗଣମାଧ୍ୟମ ପ୍ରତିନିଧି ଙ୍କ ପାଇଁ ବସିବା ନିମନ୍ତେ କିଛି ବ୍ୟବସ୍ତା କରିନଥିଲେ କିନ୍ତୁ ନିର୍ବାଚିତ ଜନପ୍ରତିନିଧି ଓ ନିର୍ବାଚିତ ମହିଳା ଜନପ୍ରତିନିଧି ଙ୍କ ସ୍ୱାମୀ ଙ୍କ ଅତିଥି ଚର୍ଚ୍ଚା ରେ ଲାଗିପଡ଼ିଥିବାର ଦେଖାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଆସୁଥିବା ଅତିଥିମାଙ୍କୁ ସ୍ୱାଗତ ପାଇଁ ସ୍କୁଲ ର ଏନ ସି ସି ର ଛାତ୍ର ଛାତ୍ରୀ ମାନଙ୍କୁ ଦିନ 2ଘଂଟିକା ସମୟ ରୁ ସନ୍ଧ୍ୟା 6ଘଣ୍ଟା ପର୍ଯ୍ୟନ୍ତ ଛିଡା ହେବାର ଦେଖିବାକୁ ମିଳିଥିଲା l ସ୍କୁଲ ର ପ୍ରଧାନ ଶିକ୍ଷକ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ରାଜନୈତିକ କାର୍ଯ୍ୟକ୍ରମ ରେ ପରିଣତ କରିଥିଲେ ବୋଲି ଆଲୋଚନା ମାନ ହେବାର ଦେଖିବକୁ ମିଳିଥିଲା l
ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


Share: