ଅଙ୍ଗବାଡ଼ି ଦିଦିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Share:

ଭୁବନେଶ୍ୱର :14/9/2021(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ ) ଅଙ୍ଗବାଡ଼ି ଦିଦିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆଜି ଭିଜିଲାନ୍ସ ଜାଲରେ ଜଣେ ଅଙ୍ଗନବାଡ଼ି ଦିଦି ପଢିଛନ୍ତି । ଅଙ୍ଗବାଡ଼ି ଦିଦିଙ୍କ ଛଟି ଘରେ ଭିଜିଲାନ୍ସ ବିଭାଗ ଏକକାଲିନ ଚଢ଼ାଉ କରିଛି । ଆୟ ବିହିର୍ତ୍ତୃତ ସମ୍ପତି ଠୁଳ ଅଭିଯୋଗରେ ଅଙ୍ଗନ ବାଡ଼ି ଦିଦିଙ୍କ ଘରେ ଚଢ଼ାଉ କରିଛି ତାଙ୍କ ନାମ ବବିତା ମାଥନ ତାଙ୍କର ଛଟି ଘରେ ଏହି ଚଢ଼ାଉ କରାଯାଇଛି ଭୁବନେଶ୍ୱର କୋରଡ଼କଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରରେ ବବିତା କାର୍ଯ୍ୟକରନ୍ତି ଭୁବନେଶ୍ୱରର କେଶରା ଓ ଝାଡ଼ପଡା ଏକାଧିକ ବହୁତଳ କୋଠା ଠାବ କରାଯାଇଛି । ଏହିପରୀ ଅଙ୍ଗନବାଡ଼ି ଦିଦିଙ୍କ ବାପ ଘର ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ର ଶାଶୁଘରେ ମଧ୍ୟମ ଚଢ଼ାଉ ହୋଇଥିବା ଜଣାପଢିଛି ।


Share: