ବର୍ଷାରେ ଭାଙ୍ଗିଲା ଘର।

Share:

ବେଗୁନିଆପଡା:-(13/9/2021)- ଲଘୁଚାପ ଯୋଗୁଁ ୩ଦିନ ଧରି ଲଗାଣ ବର୍ଷାରେ ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ବରିଡା ସ୍ଥିତ ବଡଦାଣ୍ଡ ସାହିର କୈଳାଶ ବେହେରାଙ୍କଘର ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ସେ ବେସାହାରା ହୋଇଯାଇଛନ୍ତି। ୩ ବଖରା ଚାଳ ଘର ସହ ମାଟି କାନ୍ଥ ଥିବା ଯୋଗୁଁ ଲଗାଣ ବର୍ଷାରେ କାନ୍ଥ ଭିଜି ଭୁଶୁଡି ଯାଇଥିବା ବେଳେ ଅଳ୍ପକେ ସମସ୍ତେ ବର୍ତିଯାଇଛନ୍ତି। ପ୍ରଶାସନ ତୁରନ୍ତ କୈଳାଶଙ୍କ ପାଇଁ ସହାୟତା ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ।


Share: