୭୪ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ।

ରାୟଗଡ ଜିଲ୍ଲା ପରିଷଦର ୭୪ତମ ତଥା ଅନ୍ତିମ ବୈଠକ ଆଜି ଅଧ୍ୟକ୍ଷ ଶ୍ରୀ ଗଙ୍ଗ ।ଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ, ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା, ରାୟଗଡ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ମାନ୍ୟବର ଲୋକ ସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁନୀଲ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ବିଣାପାଣୀ ସାହୁକାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପ-ଜିଲ୍ଲାପାଳ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଆଜିର ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟଜଣ ଯୋଗାଣ ଓ ପରିମଳ, ଜଳଛାୟା, ଉଠା ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ମହିଳା ଓ ଶିକ୍ଷା ବିକାଶ, ଗ୍ରାମ୍ୟ ଉନ୍ନୟନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।

ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଓମିକ୍ରନ ସଂକ୍ରମଣ ଉପରେ ଆଲୋଚନା କରିବାକୁ ସତର୍କତା ଅବଲମ୍ୱନ କରିବାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷାର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଉପସ୍ଥାପନା କରିଥିଲେ । ଆଗାମୀ ଦିନରେ ୮୦ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ ବୋଲି ବୈଠକରେ ପ୍ରକାଶ କରିଥିଲେ । କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ- ୨୦୨୧ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ ଧାର୍ଯ୍ୟ ଏବଂ ହାସଲ ଓ ବିଭିନ୍ନ ୟୋଜନାର ପଦକ୍ଷେପ ଓ ଅଗ୍ରଗତି ସମ୍ୱନ୍ଧରେ ଉପସ୍ଥାପନା କରିଥିଲେ । ସେହିପରି ଉଦ୍ୟାନ କୃଷି ବିଭାଗ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ ।

ସେହପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ଖାଦ୍ୟ, ସ୍ୱାସ୍ଥ୍ୟ ବୀମା ଯୋଜନା, ଆର୍ଥିକ ବର୍ଷ- ୨୦୨୦-୨୧ ଓ ୨୦୨୧-୨୨ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ ।

ଏହା ସହିତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ । ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ,ଜଳଛାୟା ବିଭାଗ ଉପରେ ମଧ୍ୟ ଆଲୋଚନା କରିଥିଲେ l


Share: