ପୋଖରୀରେ ବୁଡି ଯୁବକ ମୃତ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବେଣିଆ ଗ୍ରାମ ପୋଖରୀରେ ବୁଡି ଗ୍ରାମର ଟୁନା ପ୍ରଧାନ ଙ୍କ 22 ବର୍ଷୀୟ ପୁଅ କୃଷ୍ଣ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି l କୃଷ୍ଣ ଆଜି ଦିନ ଗୋଟାଏ ବେଳେ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ପୋଖରୀରେ ବୁଡି ଯାଇଥିଲେ l ଉପସ୍ଥିତ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ l

ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୃଷ୍ଣ କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଅନ୍ୟପଟେ ଆସିକା ପୋଲସି ମେଡ଼ିକାଲରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଚଳାଇଛି l


Share: