ଗ୍ରାମାଞ୍ଚଳରେ ମେଗା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ। ବିନା ମୂଲ୍ଯରେ ଚକ୍ଷୁ ପରିକ୍ଷା କରାଇଲେ ଶତାଧିକ ରୋଗୀ।
କେନ୍ଦ୍ରା ପଡା 13/9/2021ଡେରାବିଶ ବ୍ଲକ ହାଟବାଣପୁର ଉପ୍ରା ବିଦ୍ୟାଳୟ ପରିସରରେ ମେଗା ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ତଥା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ଯ ଅତିଥି ଭାବେ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞନ ପାଣିଗ୍ରାହୀ ଯୋଗଦେଇ ଫିତାକାଟି ଶିବିରର ଶୁଭାରମ୍ଭ କରିଛନ୍ତି।

ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଗୁରୁବା ମାନଙ୍କର ଚକ୍ଷୁ ସମ୍ବନ୍ଧିୟ ଚିକିତ୍ସା ବିନା ମୂଲ୍ଯ ରେ ଯୋଗାଇଦେବା ପାଇଁ ମିଳିତ ଭାବେ ଅଣ୍ଟା ଭିଡିଥିଲେ ଜିଲାର ଅଗ୍ରଣୀ ସାମାଜିକ ସଂଗଠନ ଗ୍ରାମୀଣ ବିକାଶ ଯୁବକ ସଂଘ ଓ ସଚ୍ଚିଦାନନ୍ଦ ସ୍ବେଚ୍ଛାସେବୀ ଯୁବକ ସଂଘ। ଜେପିଏମ ରୋଟାରି ଆଇ ହସ୍ପିଟାଲ ସହାୟତାରେ ଆଖପାଖ 7ଗୋଟି ପଂଚାୟତର 200ରୁ ଅଧିକ ଚକ୍ଷୁ ରୋଗୀ ବିନା ମୂଲ୍ୟରେ ଆଖି ପରୀକ୍ଷା କରିବାର ସୁଯୋଗ ପାଇଥିଲେ। ଏଥି ମଧ୍ୟ୍ୟରୁ 60 ଜଣଙ୍କୁ ଚୟନ କରାଯାଇ ରୋଟାରି ହସ୍ପିଟାଲରେ ସମସ୍ତଙ୍କ ଅସ୍ତ୍ରୋପଚାର,ଔଷଧ,ଚଷମା ଆଦି ଯୋଗାଇ ଦେବା ସହ ସେମାନଙ୍କୁ ଘରୁ ନେବା ଆଣିବା ବ୍ୟବସ୍ଥା ମଧ୍ଯ ସସ୍ପିଟାଲ ପକ୍ଷରୁ କରାଯାଇଥିବା ନେଇ ଆରଟିଏନ ର ପ୍ରଫେସର ଡ. ରଘୁବୀର ଦାସ ସୁଚନା ଦେଇଛନ୍ତି। କ୍ୟାମ୍ପ ପରିଚାଳକ ଭାବେ ଶ୍ରୀ ପରେଶ ସାହୁ ଓ ହସ୍ପିଟାଲ ର 5 ଜଣିଆ ଡାକ୍ତରୀ ଟିମ ଆଖି ପରୀକ୍ଷା କରିବା ସହ ଲୋକ ମାନଙ୍କ ଚକ୍ଷୁ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ସମାଧାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେରେ ସଚ୍ଚିଦାନନ୍ଦ ସ୍ବେଛାସେବୀ ଯୁବକ ସଙ୍ଘର ସହ ପରାମର୍ଶଦାତା ଶ୍ରୀ ରଶ୍ମୀକାନ୍ତ ସାମନ୍ତରାୟ, ପ୍ରଶାନ୍ତ କୁମାର ବେହେରା, ରଂଜିତ କୁମାର ବେହେରା, ସଭାପତି ଶ୍ରୀ ସତ୍ୟବ୍ରତ ଦାସ ଏବଂ କିଶୋର ସ୍ୱାଇଁ ଓ ଗ୍ରାମୀଣ ବିକାଶ ୟୁଵକ ସଙ୍ଘର ଆଶିଷ କୁମାର ଦାସ, କାଁହୁଚରଣ ପ୍ରଧାନ, ମାନସ କୁମାର ତ୍ରିପାଠୀ, ମାନସ ରଞ୍ଜନ ତ୍ରିପାଠୀ, ନିର୍ମଳ ଭଦ୍ର ଦିବ୍ୟଜ୍ୟୋତି ମଣ୍ଡଳ,ସୁଶାନ୍ତ କୁମାର ପାତ୍ର, ଶିତି ରଞ୍ଜନ ପାଢ଼ୀ, ଜିତେନ୍ଦ୍ର ଆଚାର୍ଯ୍ୟ, ଅରବିନ୍ଦ ଦାସ ଏବଂ ବାଇଧର ବେହେରା ଶିବିର ପରିଚାଳନାରେ ସହଯୋଗ କରିଥିଲେ।
କେନ୍ଦ୍ରାପଡା ରୁ ରିପବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ