ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜ ନିର୍ବାଚନ ମଣ୍ଡଳୀର ବିଭିନ ଅଂଚଳ ଗସ୍ତ ସହିତ ବିଭିନ ମନ୍ଦିର ଦର୍ଶନ କରି ଭଗବାନ ଙ୍କ ଆଶୀର୍ବାଦ ଭିକ୍ଷା

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା :ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଏବଂ କ୍ୟାବିନେଟ ପାହ୍ୟା ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡ଼ା ଜିଲ୍ଲା ର ନିଜ ନିର୍ବାଚନ ମଣ୍ଡଳୀର ଜେଜେପୁର ର ଭେଙ୍କଟସ୍ୱର ମନ୍ଦିର, ଅମ୍ଳଭାତା ର ଜଗନ୍ନାଥ ମନ୍ଦିର, କୋଳନରା ର ଶିବ ମନ୍ଦିର, ମାଅଝିଗୌରୀ ମନ୍ଦିର, ହାତୀଖାମ୍ବା ର ମା କୁଳବନ୍ଧ ମନ୍ଦିର ଓ କୈଳାଶ ପୁର ର ପ୍ରତାକ୍ଷ ହନୁମାନ ମନ୍ଦିର ଦର୍ଶନ କରି ଦେବଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ କୋଲନରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇ ଛନ୍ତି।

ମନ୍ତ୍ରୀ କୋଲନରା ରେ ପହଞ୍ଚିବା ପରେ ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ବର ନାଇଡୁ ଙ୍କ ସମେତ ସମସ୍ତ ବିଜେଡି କର୍ମୀ ଫୁଲ ମାଳ ପିନ୍ଧାଇ ଓ ଫୁଲ ତୋଡା ଦେଇ ସ୍ୱାଗତ କରି ଆଡମ୍ବର ସହକାରେ ଶ୍ରୀ ସାରକା ଙ୍କୁ ପାଛୋଟି ନେଇ ସଦର ମହକୁମାର ଧବଳେଶ୍ବର ମନ୍ଦିରରେ ପହଞ୍ଚି ପ୍ରଭୁ ଧବଳେଶ୍ବର ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।ଏହା ପରେ ମୁକୁନ୍ଦପୁର ଗ୍ରାମରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭବ୍ୟ ସ୍ୱାଗତ କରା ଯାଇଛି। ପ୍ରଥମେ ମନ୍ତ୍ରୀ ଶ୍ରୀ ସାରକା ପହଞ୍ଚିଲା ପରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଜନ ସାଧାରଣ ଙ୍କ ସମେତ ବିଜେଡିର ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେଠାରୁ ପଦଯାତ୍ରାରେ ମୁକୁନ୍ଦପୁର ମୁଖ୍ୟ ବଜାର ଦେଇ ହାଟ ପଦା ପର୍ଯ୍ୟନ୍ତ ଯାଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଶପଥ ନେଲା ପରେ ମନ୍ତ୍ରୀଙ୍କ ଏହା ପ୍ରଥମ କୋଲନରା ବ୍ଲକ ଓ ମୁକୁନ୍ଦପୁର ଗସ୍ତ ହୋଇଥିବା ବେଳେ କୋଲନରା ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ, ସାଧାରଣ ଜନତା ଓ ବିଭିନ୍ନ ମହିଳା ମଣ୍ଡଳୀର ସାଦସ୍ୟା ମାନଙ୍କ ସମେତ ବିଜେଡିର ଶତାଧିକ କର୍ମକର୍ତ୍ତା ମାନେ ମିଶି ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ପୁନର୍ବାର ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ସହ ଅତିରିକ୍ତ ଆଇନ ବିଭାଗରେ ମନ୍ତ୍ରୀ ଭାବେ ଯେଉଁ ଦାୟିତ୍ବ ପ୍ରଦାନ କରିଛନ୍ତି ତାକୁ ନିଷ୍ଠାପର ଭାବେ ଦାୟିତ୍ବ ନିର୍ବାହ କରିବା ସହ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ଲୋକେ ଯେପରି ରାଜ୍ୟ ସରକାରଙ୍କ ବିଭାଗୀୟ ଯୋଜନାରେ ଉପକୃତ ହେବେ ତାକୁ ନେଇ କାମ କରିବି ବୋଲି ଶ୍ରୀ ସାରକା ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ଆଗାମୀ ଦିନରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଯେପରି ସିଟ ସଂଖ୍ୟା ବୃଦ୍ଧି ହେବ ତାକୁ ନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ଜଗନ୍ନାଥ ସାରକା ଜିନ୍ଦାବାଦ ଧ୍ୱନୀରେ ମୁକୁନ୍ଦପୁର ବଜାର ପ୍ରକମ୍ପିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ବର ନାଇଡୁ, ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର, ବିଜେଡି ଜିଲ୍ଲା ଉପ ସଭାପତି ଜଗନ୍ନାଥ ଦୋରା,କୋଲନରା ସରପଞ୍ଚ ପରମାନନ୍ଦ କଣ୍ଡାଗରୀ , ସମିତି ସଭ୍ୟ ରାଇସିଙ୍ଗି ତାଡିଙ୍ଗି, ବଡଖିଲାପଦର ସରପଞ୍ଚ ମାଦାରାଓ କଣ୍ଡାଗରି, ମୁକୁନ୍ଦପୁର ସରପଞ୍ଚ ସନ୍ତୋସିନୀ ହୁଇକା, କୈଳାଶପୁର ସରପଞ୍ଚ ହେମାବତୀ କଣ୍ଡାଗରି, ବାଙ୍କୀଲି ସରପଞ୍ଚ କୁନି ମାଣ୍ଡାଙ୍ଗି, ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, କାଟିକୋଣା ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ଝରଡି ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି, ମୁକୁନ୍ଦପୁର ସମିତି ସଭ୍ୟ ଅଜୟ ନିସାଲଙ୍କ ସମେତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିବା ବେଳେ ବିଜେଡି କର୍ମୀ ଇଦି ଚନ୍ଦ୍ରଶେଖର ନାଇଡୁ, ଇପିଲି ପ୍ରସାଦ, ସୋମନାଥ ଅଗସ୍ତି ପାତ୍ର ,ଆଗୁଲୁ ପାତ୍ର, ଜି ଶଶୀ ଭୂଷଣ, ଏଙ୍କେଟି ହୁଇକା, ମେଡି ଶ୍ରୀନିବାଶ, ହରି ଉର୍ଲାକା ଓ ବିଦ୍ୟା ପ୍ରଧାନୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତରେ ପ୍ରଥମ ଥର ପାଇଁ ମୁକୁନ୍ଦପୁର ଜନ ସମୁଦ୍ର ପାଲଟି ଥିଲା।


Share: