ଜିସିଡି ପଡିଆରେ ବିଷୁବ ବନ୍ଧୁମିଳନ ଓଁ ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ୨ଗୋଷ୍ଟି ମୁହାଁମୁହିଁ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଭୀମରାଓ ଅମ୍ବେଦକରଙ୍କ ଜନ୍ମ ଜୟନ୍ତି ଓ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତି ଏବଂ ଓଡ଼ିଆ ନୂଆବର୍ଷ ଆସନ୍ତା ୧୪ରିଖରେ ପାଳନକୁ ନେଇ ଦୁଇ ଗୋ ୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଦ୍ୱାରା ସ୍ଥାନୀୟ ଜିସିଡି ଉଚ୍ଛ ବିଦ୍ୟାଳୟ ପଡିଆରେ ହନୁମାନ ଜୟନ୍ତି ଏବଂ ପଣା ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷ ପାଳନ ଉପଲକ୍ଷେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକଙ୍କ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ସକାଶେ ସ୍ଥିର ହୋଇଛି । ଅପରପକ୍ଷେ ଉକ୍ତ ସ୍ଥାନରେ ଭାରତରତ୍ନ ଭୀମରାଓଙ୍କ ଜନ୍ମ ଜୟନ୍ତି ପାଳନ ସକାଶେ ଅମ୍ବେଦକର ଜୟନ୍ତି ସମାରୋହ କମିଟି ପକ୍ଷରୁ ଉପରୁକ୍ତ ଦିନ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଗୋଟିଏ ସ୍ଥାନରେ ଦୁଇଟି କାର୍ଯ୍ୟକ୍ରମ କିଭଳି ଆୟୋଜନ ହେବ, ସେଥିନେଇ ଉଭୟଙ୍କ ମଧ୍ୟରେ ଶଙ୍ଘର୍ଷ ସ୍ଥିତି ଉପୁଯିଛି । ସମ୍ପ୍ରତି ଆଜି ଜିସିଡି ବିଦ୍ୟାଳୟ ପଡିଆ ଠାରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଦ୍ୱାରା ଆସନ୍ତା ୧୪ରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ସକାଶେ ଭୂମି ପୂଜନ ଆୟେଜିତ ହୋଇଯାଇଛି । ଏହି ଅବସରରେ କମିଟି ସଦସ୍ୟ ପୂର୍ବତନ ପୌରଉପାଧ୍ୟକ୍ଷ ଡଃ. ନିରଞ୍ଜନ ବକ୍ସିପାତ୍ର, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ, ଶିବାଜୀ ଦାଶ, ବସନ୍ତ ଉଲାକା, ପଦ୍ମନାଭ ଦାଶ, ଆପଲସ୍ୱାମୀ କାଡ୍ରାକା, ୱାଇକଣ୍ଡା ବାବୁ, ସତ୍ୟବାଦୀ ପତି, ଦୁଷ୍ମନ୍ତ ମହାନ୍ତି, ବ୍ରଜସୁନ୍ଦର ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ ଭାରତରତ୍ନ ଭୀମରାଓଙ୍କ ଜନ୍ମ ଜୟନ୍ତି ଅନୁରୂପ ୧୪ରିଖରେ ଥିବାରୁ ଉକ୍ତ ଦିନ ଅମ୍ବେଦକର ଜୟନ୍ତି ସମାରୋହ କିମିଟି ଦ୍ୱାରା ଏହି ସ୍ଥାନରେ ସମ୍ବିଧାନ ପ୍ରଣେତାଙ୍କ ଜନ୍ମ ଜୟନ୍ତି ପାଳନ କରିବା ନେଇ ସ୍ଥିର ହୋଇଛି । ଏନେଇ କମିଟି ସଭାପତି ଗଙ୍ଗାଧର ପୁଆଲା ଆଜି ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହିତ ସେ କହିଛନ୍ତି, ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଅମ୍ବେଦକରଙ୍କ ଜୟନ୍ତି ପାଳନ ପାଇଁ ଜିଲ୍ଲା ପ୍ରଶାସନଠୁ ଅନୁମତି ମାଗିଥିବାବେଳେ ଜିଲ୍ଲାପାଳ ସ୍ୱଧାଦେବ ସିଂ ସିଧାସଳଖ ମନା କରିଛନ୍ତି । ତେବେ ଉଭୟ ଗୋ ୀ ପକ୍ଷରୁ ମାର୍ଚ୍ଚ ୩୧ରିଖ ଦିନ ଦରାଖାସ୍ତ ଯୋଗେ ନିବେଦନ କରିଥିବା ସ୍ଥଳେ ଉକ୍ତ ଗୋ ୀକୁ କେଉଁ ଆଧାରରେ ଅନୁମତି ପ୍ରଦାନ କରାଗଲା ବୋଲି ଶ୍ରୀ ପୁଆଲା ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ଗୋ ୀ ଚାପରେ ଆସି ଏଭଳି ନିଷ୍ପତ୍ତି ନେଇଥିବା କମିଟି ତରଫରୁ ଅଭିଯୋଗ ହୋଇଛି । ଓଡିଆ ହିନ୍ଦୁ ପରମ୍ପରାରେ ପଣା ସଂକ୍ରାନ୍ତି ତଥା ନବ ବର୍ଷର ସତନ୍ତ୍ର ସ୍ଥାନ ଅଛି । ତେବେ ଗୋଟିଏ ଗୋ ୀ ଚାପରେ ଆସି ଜିଲ୍ଲା ପ୍ରଶାସନ ଏକତରଫା ନିଷ୍ପତ୍ତି ନେଇଥିବାରୁ କମିଟି ସଦସ୍ୟ ଏହାକୁ ତିବ୍ର ବିରୋଧ ଜଣାଇଛନ୍ତି । ଅପରପକ୍ଷେ ବିଦ୍ୟାଳୟ ଖେଳ ପଡିଆରେ କୌଣସି ସଂସ୍ଥା, ବ୍ୟକ୍ତିବିଶେଷ କିମ୍ବା ଗୋ ୀର କାର୍ଯ୍ୟକ୍ରମ ଆୟୋଜନକୁ ନେଇ ମାନ୍ୟବର ଉଚ୍ଚ ନ୍ୟାଳୟ ସିଧାସଳଖ ବାରଣ କରିଛନ୍ତି । କିନ୍ତୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶକୁ ଖିଲାପ କରି ବିଷୁବ ବନ୍ଧୁ ମିଳନ କମିଟିକୁ କେଉଁ ଆଧାରରେ ଅନୁମତି ଦେଇଛନ୍ତି । ଯଦି ଲିଖିତ ଅନୁମତି ମିଳିଥାଏ ତାହା ସର୍ବଜନିନ କରାଯିବା ସହ ଏହା ସଂମୂର୍ଣ୍ଣ ଅମାନ୍ୟ ବୋଲି ଶ୍ରୀ ଗଙ୍ଗାଧର ପୁଆଲା କହିଛନ୍ତି । ଏହି ପରିପେକ୍ଷ ରେ ଆମ୍ବେଦକର ଜୟନ୍ତୀ କମିଟି ସଦସ୍ୟ ମନେ ଗଙ୍ଗା ପୁଆଲା ଙ୍କ ନେତୃତ୍ୱ ରର ଜ଼ିଲ୍ଲାପାଳ, ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ଙ୍କ ଜରିଆରେ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ମାନ୍ୟବର ଉଚ୍ଛ ନ୍ୟାୟଳୟ ନିର୍ଦ୍ଦେଶ ଅନୁପାଳନ ନକଲେ ଆଗାମୀ ଦିନରେ ଅମ୍ବେଦକର ଜୟନ୍ତି ସମାରୋହ କମିଟି ଆଇନ ଦ୍ୱାରସ୍ତ ହେବା ସହ ଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ରାଜରାସ୍ତାରେ ଆନ୍ଦୋଳନକୁ ଓଲାହିବା ସହିତ ବସଷ୍ଟାଣ୍ଡ ଆମ୍ବେଦକର ପ୍ରତିମୂର୍ତ୍ତି ଠାରୁ ଜି ସି ଡି ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବୁ ଯଦି ଆଇନ ଶୃଙ୍ଖଳା ପରିସ୍ତୁ ସୃଷ୍ଟି ହୁଏ ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଦାଈ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଚରମବାଣୀ ଶୁଣାଇଛନ୍ତି ଅମ୍ବେଦକର ଜୟନ୍ତି ସମାରୋହ କମିଟି ସଦସ୍ୟ । ଅନ୍ୟପଟେ ଅମ୍ବେଦକର ଜୟନ୍ତି ସମାରୋହ କମିଟି ସଦସ୍ୟଙ୍କ ପ୍ରତିକ୍ରିୟାକୁ ବିରୋଧ ଜଣାଇଛି ଆଦିବାସୀ ଓ ଦଳିତ ମହାସଙ୍ଘ । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଙ୍ଘ ସଦସ୍ୟ ବସନ୍ତ ଉଲାକା କହିଛନ୍ତି ଯେ, ସହରକୁ ଆଶାନ୍ତି କରିବାକୁ ନିର୍ଦ୍ଦିଷ୍ଟ ଗୋଷ୍ଟି ଉଦ୍ୟମ କରିଛନ୍ତି । ଭାରତରତ୍ନ ଅମ୍ବେଦକରଙ୍କ ଜୟନ୍ତି ପାଳନ ସକାଶେ ସହରର ବିଭିନ୍ନ ପ୍ରାନ୍ତରେ ଉପଯୁକ୍ତ ସ୍ଥାନ ରହିଛି । ତେଣୁ ଏହାକୁ ସଦଉପଯୋଗ କରି ସମାରୋହ ଧୁମଧାମରେ ପାଳନ କରାଯିବା ଉଚିତ । ଏଭଳି କରାଗଲେ ଦଳ, ଜାତି, ବର୍ଗ ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ସହରବାସୀ ଏକତ୍ରିତ ହୋଇ ଭବ୍ୟ ଭାବେ ଭାରତରତ୍ନ ଭୀମରାଓଙ୍କ ଜୟନ୍ତି ପାଳନ କରାଯିବ ବୋଲି ଶ୍ରୀ ଉଲାକା ସୂଚନା ଦେଇଛନ୍ତି । ତେବେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଦ୍ୱାରା ଆୟେଜିତ କାର୍ଯ୍ୟକ୍ରମକୁ ବିରୋଧ କଲେ ଏହା ଉଚିତ ଉତ୍ତର ଦିଆଯିବ ବୋଲି ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ଶ୍ରୀ ଉଲାକା ଓଁ ଆପଲ ସ୍ୱାମୀ ଆଦିବାସୀ ମାନଙ୍କୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଆମ୍ବେଦକର ଜୟନ୍ତୀ ନାମରେ ସହରରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏହା ର ଜବାବ ଆଦିବାସୀ ମିଳିତ ମଞ୍ଚ ନିଶ୍ଚୟ ଜବାବ ଦେବ ବୋଲି କହିଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଙ୍ଗ ସଦସ୍ୟ ଆପଲସ୍ୱାମୀ କାଡ୍ରାକା, ବୃନ୍ଦାବନ ନାୟକ, ରାଜିବ କୋଶଲା, ଧନେନ୍ଦ୍ର ନାୟକଙ୍କ ସମେତ ସଙ୍ଘର ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।


Share: