ବିଷୁବ ମିଳନ ଉତ୍ସବ ଉପଲକ୍ଷେ ଭୂମିପୂଜା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଓଡିଆ ନବବର୍ଷ ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ବିଷୁବ ମିଳନ ଉତ୍ସବ କମିଟି, ରାୟଗଡ ଜିଲ୍ଲା ତରଫରୁ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆରେ ଭୂମିପୂଜା ଅନୁଷ୍ଠିତ ହୋଇଛି।ଚଳିତ ବର୍ଷ ବିଷୁବ ସଂକ୍ରାନ୍ତି ଆଡମ୍ବର ସହକାର ସହ ରୀତି ନୀତି ଅନୁଯାୟୀ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଥିଲା।ସବୁ ବର୍ଗର ଲୋକଙ୍କୁ ବିଷୁବ ମିଳନ ଉତ୍ସବରେ ସାମିଲ ହେବା ପାଇଁ କମିଟି ତରଫରୁ ଆହ୍ୱାନ ଦିଆଯାଇଛି।ବିଷୁବ ମିଳନ ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହ ହେବ ସେ ନେଇ ମଧ୍ୟ କମିଟି ତରଫରୁ ନିଷ୍ପତି ନିଆଯାଇଛି।ବିଷୁବ ମିଳନ ଉତ୍ସବ କମିଟିର ସଭାପତି ନିରଂଜନ ବକ୍ସିପାତ୍ରଙ୍କ ସଭାପତିତ୍ୱରେ ମଙ୍ଗଳବାର ଦିନ ସ୍ଥାନୀୟ ଜିସିଡି ପଡିଆରେ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭୂମିପୂଜାରେ ଶିବାଜୀ ଦାଶ କର୍ତା ଭାବେ ବସିଥିଲେ।ଭୂମିପୂଜା କାର୍ଯ୍ୟକ୍ରମରେ ସତ୍ୟବାଦୀ ପତି, ବ୍ରଜ ସୁନ୍ଦର ନାୟକ, ଦୁଷ୍ମନ୍ତ କୁମାର ମହାନ୍ତି, ଡଃ ଆନନ୍ଦ ପାଢୀ, କିଶୋର ପଣ୍ଡା, ଏସ.ଏନ.ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ସୁନିଲ ଚନ୍ଦ୍ର ପଣ୍ଡା (ଝୁନା), ଅଜିତ ଜୈନ, ନରିନ କୁମୁନ୍ଦନ, ଯୁବ ଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକା, ବସନ୍ତ ଉଲ୍ଲାକା, ବିରଜା ପାତ୍ର, ପଦ୍ମନାଭ ଦାଶ, ରଂଜନ ରଥ, ବାପି ତ୍ରିପାଠୀ, ଦେବାଶିଷ ଖାଡଙ୍ଗା, ସତ୍ୟ ପାଢୀ, ବୁଲା ପାଢୀ, ଅନୂସୟା ମାଝି, ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ପୌରପରିଷଦର ଉପାଧ୍ୟକ୍ଷ ଶୁଭ୍ର ପଣ୍ଡାଙ୍କ ବିଭିନ୍ନ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ।ବିଷୁବ ସଂକ୍ରାନ୍ତି ୨ ଦିନ ଧରି ପାଳନ ହେବ ବୋଲି ନିଷ୍ପତି ହୋଇଛି।୧୪ ତାରିଖ ଦିନ ମା ମଝିଘରିଆଣୀ ମନ୍ଦିରରୁ ବିରାଟ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ପହଂଚି ସେଠାରୁ ଚଳନ୍ତି ପ୍ରତିମା ଧରି ଶୋଭାଯାତ୍ରା ଜିସିଡି ପଡିଆ ଅଭିମୁଖେ ବାହାରିବ।୧୪ ତାରିଖ ଦିନ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଗୋବର୍ଦ୍ଧନ ପୀଠର ମାତୃ ପ୍ରସାଦ ମିଶ୍ର, ଓଡିଶା ସଂସ୍କୃତି ଉପରେ ନିଜର ମତବ୍ୟକ୍ତ କରିବେ ।


Share: