ଭିଜିଲାନ୍ସ ଜାଲରେ ଫାଣ୍ଡି ଏସ ଆଇ ବାବୁ

Share:

ଭଗବାନ ପାଢ଼ୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ଭେଜିପୁଟ ଫାଣ୍ଡି SI ସନ୍ତୋଷ କୁମାର ସ୍ବାଇଁ 15 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଲେ। ଗୋଟେ କେସ ରେ ଜଣଙ୍କୁ 41 ନୋଟିସି ଦେଇ ବେଲ ଦେବା ପାଇଁ ଲାଞ୍ଚ ନେଉଥିଲେ ବେଳେ ଏସାଆଇ ସନ୍ତୋଷ କୁମାର ସ୍ବାଇଁଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ।

ତେବେ ଖଲ୍ଲିକୋଟ ଥାନା ଅଧୀନରେ ଥିବା ଏହି ଫାଣ୍ଡିରେ ପୂର୍ବରୁ ୪ଥର ଭିଜିଲାନ୍ସ ରେଡ ହୋଇଥିବା ବେଳେ କିଛିଦିନ ତଳେ ଏହି ଏଏସଆଇ ମାନସ କୁମାର ରାଉତ ଗୋଟେ ଏତଲା ଦାୟର କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।


Share: