ବାଙ୍କୀଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କୀଲି ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଗମାଙ୍ଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ପଞ୍ଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଲିସିକା, ସ୍ଥାନୀୟ ସରପଞ୍ଚ କୁନି ମଣ୍ଡାଙ୍ଗୀ, ସମିତି ସଭ୍ୟା ସୁଜାତା ତୁଳ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ,ସମିତି ସଭ୍ୟ କୈଳାଶ ହିକକା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରୀ, ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଡ଼ଙ୍ଗାଶୀଳ ଏସ ଏସ ଡି ରେ ପ୍ରଧାନ ଶିକ୍ଷକ ବିସିକେଶନ ବାଘ, ସିରିପୁର ଉଚ୍ଚ ମାଧ୍ୟମିକ ଏସ ଏସ ଡି ରେ ପ୍ରଧାନ ଛିଞ୍ଚୁଆନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଙ୍କୁ ପକ୍ଷରୁ ସ୍କୁଲ ରେ ବରିଷ୍ଠ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, ମୁକୁନ୍ଦପୁର ସମିତି ସଭ୍ୟ ଅଜୟ ନିଶାଲ ସ୍ୱତନ୍ତ୍ର ଉନୟନ ପରିଷଦ ସଭ୍ୟା ଏଙ୍କିତି ହୁଇକା, ଶଶୀ ଭାଇ, ଚନ୍ଦ୍ର ଶେଖର ନାଇଡ଼ୁ ବୁଡୁ ଭାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା l ଏହି ସ୍କୁଲ ଟ ବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷକ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଧୀରେ ଧୀରେ ସମସ୍ତ ଅସୁବିଧା କୁ ପୂରଣ କରାଯିବ ବୋଲି ମନ୍ତ୍ତୀ ପ୍ରତିଶୃତି ଦେଇଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ତଥା ରାଜ୍ୟସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ମନ୍ତ୍ରୀ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ଗମାଙ୍ଗ ସ୍କୁଲରେ ଯୋଗଦାନ ପରେ ସ୍କୁଲର ପରିବେଶ ଓ ଶିକ୍ଷାର ମାନ ବୃଦ୍ଧି ହୋଇପାରିଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ନିଜ ମନ୍ତବ୍ୟ ରେ କହିଥିଲେ l ପ୍ରଧାନ ଶିକ୍ଷକ ମନୋଜ ଗୋମଙ୍ଗ ଙ୍କୁ ଧର୍ମପତ୍ନୀ ଙ୍କୁ ଦ୍ୱାରା ନିର୍ଦ୍ଧେଷିତ ର୍କ ଗଣେଶ ଭକ୍ତି ନୃତ୍ୟ କୁ ଛାତ୍ରୀ ମାନେ ପରିବେଷଣ କରାଯାଇଥିଲା ଯାହା କୁ ଅତିଥି ମାନେ ପ୍ରଶଂସା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପରିଚାଳନା କରିଥିବା ବେଳେ ଶିକ୍ଷକ ରଶ୍ମି ରଞ୍ଜନ ଶବର, ଦିବାକର ରଥ , ମଳୟ କୁମାର ମାଲିଫୁଲ ,ରଂଜିତା ଦଣ୍ଡସେନା,
ସୁଧାରଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Share: