ବଜ୍ରାଘାତ ରେ ଜଣେ ମୃତ, ଜଣେ ଗୁରୁତର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ଆଜି କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରାଘାତ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି l ଦେବେନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ସ୍ୱାଇଁ ଗୁରୁତର ହୋଇ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତି ହୋଇଛନ୍ତି l ଗ୍ରାମ ର ନଦୀ ତୋଟା ନିକଟସ୍ଥ ପାଟକିଆରି ବିଲରେ କାମ କରୁଥିବା ସମୟରେ କାଳବୈଶାଖୀ ବର୍ଷା ହୋଇ ବଜ୍ରାଘାତ ହୋଇଥିଲା l

ଫଳରେ ବିଲରେ କାମକରୁଥିବା ଦେବେନ୍ଦ୍ର ଓ ସୁରେନ୍ଦ୍ର ଉଭୟ ଶିକାର ହୋଇ ବିଲରେ ମଝିରେ ପଡିଯାଇଥିଲେ l ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଡାକ୍ତର ଦେବେନ୍ଦ୍ର ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଗୁରୁତର ସୁରେନ୍ଦ୍ର ସ୍ୱାଇଁ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି l


Share: