ଆମକୁ ଆମ ଶିକ୍ଷୟିତ୍ରୀ ଫେରେଇ ଦିଅ

Share:

ଯଜ୍ଞେଶ୍ଵର ଦାସ

କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ କାକଟପୁର ଉପ୍ରା ବିଦ୍ୟାଳୟରେ ଦୁଇ ଦିନ ହେବ। ପଡି ଅଛି ତାଲା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଓ ଅଭିଭାବିକା ଙ୍କ ଦ୍ଵାରା , ଏହାର କାରଣ ହେଲା ଶିକ୍ଷୟିତ୍ରୀ କେତକୀ କୁମାରୀ ରାଉତ ଙ୍କ ଅନ୍ୟତ୍ର ବଦଳି ଦାବି ନେଇ . ଏହି ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଯାଏ . ପାଞ୍ଚଟି କ୍ଲାସ ଅଛି ତେଣୁ ଦୁଇ ଜଣ ଶିକ୍ଷକ ରହିବା ଆବଶ୍ୟକ ତେଣୁ ଅଭିଭାବକ ଙ୍କ ମହଲରେ ମୁଖ୍ୟ ଦାବି ହେଉଛି କେତକୀ ରାଉତ ଜଣେ ଭଲ ଶିକ୍ଷୟିତ୍ରୀ ପିଲା ମାନଙ୍କୁ ଘରୁ ଡାକି ଆଣି ଉପଯୁକ୍ତ ଶିକ୍ଷା ପ୍ରଦାନ କରିଥାନ୍ତି . ତେଣୁ ସେ ବଦଳି ହୋଇଗଲେ ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ହେବ।. ଏ ନେଇ B.O ଙ୍କୁ ଲିଖିତ ଆକାରରେ ମଧ୍ୟ ଅଭିଯୋଗ କରି ଅଛନ୍ତି , କିନ୍ତୁ ଫଳ ପ୍ରଦ ନ ହେବାରୁ ସ୍କୁଲରେ ତାଲା ପକାଇବା ପାଇଁ ବାଧ୍ୟ ହୋଇଅଛନ୍ତି.କିନ୍ତୁ ଆଜି ସକାଳ ୧୦ ଟା ପରେ C.R.C.C ସନାତନ ବେହେରା ଆସି ଗ୍ରାମ ବାସୀ ମାନଙ୍କୁ ବୁଝାବୁଝି କରିବାରୁ ଏବଂ ପ୍ରତିଶୃତି ଦେଇଥିଲେ ଯେ କେତକୀ କୁମାରୀ ରାଉତ ରହିବେ ବୋଲି ଉକ୍ତ ସ୍କୁଲରେ। ଅନ୍ୟ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ B.o ଙ୍କ ସହିତ ଆଲୋଚନା କରିଥିଲେ । ତେଣୁ ସ୍କୁଲ ଅଵସ୍ଥା ସ୍ବାଭାବିକ ହୋଇଥିଲା ଅଭିଭାବକ ମାନେ ଗେଟ୍ ରୁ ତାଲା ଖୋଲି ଦେଇଥିଲେ କ୍ଲାସ ଆରମ୍ଭ ହୋଇଥିଲା .


Share: