ଗାଁ ଦାଣ୍ଡରେ ଠେଙ୍ଗାରେ ଆକ୍ରମଣ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଲସର ଖଦାଳ ସାହିରେ ଘଟିଛି ଅଭାବନୀୟ ଘଟଣା l

ଦିନ ଦ୍ବିପ୍ରହର ରେ ଗାଁ ଦାଣ୍ଡରେ ଗୋଟିଏ ପରିବାର ବାପା ଓ ସାନ ପୁଅ କୁ ଠେଙ୍ଗା ରେ ଆକ୍ରମଣ କଲେ ଦୁର୍ବୁତ୍ତ l ଘଟଣା ସ୍ଥଳରେ ବାପା 65 ବର୍ଷୀୟ ଆନନ୍ଦ ନାହାକ ଙ୍କ ମୃତୁ ହୋଇଥିବା ବେଳେ ଆମର ନାହାକ ଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି l ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଆନନ୍ଦ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଆକୁଳ ସେଠୀ ଓ ବିନାୟକ ସେଠୀ ଆନନ୍ଦ ଙ୍କ ସାନପୁଅ କୁ ଠେଙ୍ଗାରେ ମାଡ଼ ମାରୁଥିବା ଦେଖି ଛଡ଼ାଇବାକୁ ଯାଇ ନିଜେ ଆକ୍ରମଣ ର ଶିକାର ହୋଇ ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ l ଅନ୍ୟପଟେ ଆକ୍ରମଣ ର ଶିକାର ହୋଇଥିବା ସାନପୁଅ ଆମର ନାହାକ ଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ଭର୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯଇଥିବା ସୂଚନା ମିଳିଛି l

ହତ୍ୟା କାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆମର ନାହାକ ପ୍ରତ୍ୟେକ ଦିନ ମଦ୍ୟପାନ କରି ଗ୍ରାମରେ ଗାଳିଗୁଲଜ କରୁଥିଲେ l ତେଣୁ ଏହି କାରଣକୁ ନେଇ ହତ୍ୟା କାଣ୍ଡ ହୋଇଥିବା ଗ୍ରାମରେ ଆଲୋଚନା ହେଉଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l


Share: