ମର୍ମନ୍ତୁକସଡ଼କ ଦୃଘଟଣା ମା ମୃତ ପୁଅ ଗୁରୁତର

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ 53 ନମ୍ବର (କ )ଜାତୀୟ ରାଜପଥ ଶିଳିପୁର ଛକ ଶାରଳା ଫୁଏଲ ସେଣ୍ଟର ନିକଟରେ ସଡକ ଦୁର୍ଘଟଣାରେ ମା ମୃଡ, ପୁଅ ଗୁରୁତର। ମହାକାଳପଡା ବ୍ଲକ ଜମ୍ବୁ ପଞ୍ଚାୟତ ଭାଟେଣୀ ଗ୍ରାମର ମଞ୍ଜୁଲତା ଗୋଲ୍ ପୁଅ ଶିବ ଙ୍କ ହିରୋ ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ ରେ ବସି କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଅଜଣା ହାଇଓ୍ବା ଧକ୍କା ଦେଇ ଚଢ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁରୁତର ଭାବେ ଆହତ ଶିବଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ବେଳେ ମାର୍ଶାଘାଇ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।


Share: