ନିମନ୍ତ୍ରଣ ରେସ୍ତରାଁ ଉଦଘାଟିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତରାଁ । ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତରାଁ ଖୋଲାଯାଇଛି ।

ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ଓ ପରିଷ୍କାର ଜନିତ ପରିବେଶରେ ଓଡିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ । ପରିବାର, ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗଙ୍କ ନିମନ୍ତେ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବା ସହ ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି । ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ ‘ନିମନ୍ତ୍ରଣ’ର ଖାଇବା କୋଠରୀରେ ସୁବଦିନିଆ ସମୁଦ୍ରକୂଳୀଆ ପବନ ସହ ଉପର ମହଲାରେ ସମୁଦ୍ରକୁ ଦେଖିବାର ମଜ୍ଜା ପର୍ଯ୍ୟଟକ ମାନେ ନେଇପାରିବେ । ଆଗନ୍ତୁକ ମାନଙ୍କୁ ଆତିଥେୟତା ପ୍ରଦାନ ନିମନ୍ତେ ୩୨ ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁଫ୍ଲାଗ ବିଚ ସନ୍ନିକଟ ଏହି ରେସ୍ତରାଁ ବ୍ଲୁଫାଗ ବୁଲି ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ହେବା ନେଇ ବ୍ୟବସ୍ଥା କରାଯିବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ଆର୍ ଯାଦବ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜକାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଶ୍ରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Share: