ତିନିଦିନ ରେ ପହଞ୍ଚିଲା ଚାଷୀଙ୍କ ରାଜରାସ୍ତା ଅବରୋଧ, ଆନ୍ଦୋଳନ ସ୍ଥାନରେ ଅଭିନଵ ଢଙ୍ଗରେ ଗଣତନ୍ତ୍ର ଦିବସ ପାଳିଲେ ଚାଷୀ
ଭଗବାନ ପାଢ଼ୀ ଙ୍କ ରିପୋର୍ଟ
ଗଞ୍ଜାମ : ଧାନ କିଣାରେ ଅବ୍ୟବସ୍ଥା ସାଙ୍ଗକୁ ମଣ୍ଡି ସମସ୍ୟା ଓ ମିଲର ଙ୍କ କଟନୀ ଛଟନୀ କୁ ବିରୋଧ କରି ଗତ ସୋମବାର ଠାରୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ବୁରୁଝରୀ ଠାରେ ରାଜରାସ୍ତା ଉପରେ ଶତାଧିକ ଚାଷୀ ଧାନବସ୍ତା କୁ ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଏଯାବତ ସମସ୍ୟା ସମାଧାନ ର ଫିଟୁନି ବାଟ l କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ସେମାନଙ୍କ ଦୁଃଖ ବୁଝିବାକୁ ଚାଷୀ ଙ୍କ ନିକଟରେ ପହଞ୍ଚି ନଥିବା ବେଳେ ଆଜି ଚାଷୀ ରାଜରାସ୍ତା ଉପରେ ନିଆରା ଢଙ୍ଗରେ ପାଳିଛନ୍ତି ଗଣତନ୍ତ୍ର ଦିବସ l ଚାଷୀ ଆନ୍ଦୋଳନ କରିଥିବା ସ୍ଥାନରେ ଜାତୀୟ ପତାକା ଉତ୍ତଳନ କରିବା ସହିତ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ରଖି ରାଜରାସ୍ତା ରେ ଧାନ ଗଛ ଲଗାଇ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି l ତିନି ଦିନ ହେଲା ଭୋକ ଉପାସ ଓ ଶୀତ ରାତିରେ ଅର୍ଣ୍ଣଦାତା ନିଜ ହକ ପାଇଁ ରାସ୍ତା ଉପରେ ପଡିରହିଛନ୍ତି l ଯେହୁଁ ଦିନ ପର୍ଯ୍ୟନ୍ତ ସରକାର ଚାଷୀଙ୍କ ଠାରୁ ଧାନ ନ ନେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବା ନେଇ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି l