ବୁର୍ଦାଲା ମା ମନ୍ଦିର ପରିବେଶ ସୌନ୍ଦର୍ଯ୍ୟ କରଣ ପାଇଁ ବିଧାୟକ ପାଣ୍ଠି ରୁ ଅନୁଦାନ କରିଥିବା ରୁ କୋଣ୍ଡାବାବୁ ଙ୍କୁ ସମ୍ବର୍ଦ୍ଧିତ।

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡ଼ା ଜିଲ୍ଲା ସଦମହକୁମା ସ୍ଥିତ ଅତି ପୁରାତନ ବୁର୍ଡାଲା ମା ମନ୍ଦିର ପରିବେଶ ର ସୌନ୍ଦର୍ଯ୍ୟ କରଣ ପାଇଁ ପରିଚାଳନା କମିଟି ସଦସ୍ୟ ମାନେ କୋଣ୍ଡା ବାବୁଙ୍କୁ ଅନୁରୋଧ କରିଥିଲେ l

ADVT.

କୋଣ୍ଡା ବାବୁ ରାୟଗଡା ବିଧାୟକ ଓଁ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଙ୍କୁ କହି ବିଧାୟକ ପାଣ୍ଠି ରୁ ପରିବେଶ ସୌନ୍ଦର୍ଯ୍ୟ କରଣ ପାଇଁ 10 ଲକ୍ଷ୍ୟ ଟଙ୍କା ଅନୁଦାନ କରାଇଥିଲେ ସେଥିପାଇଁ ଆଜି କମିଟି ତରଫରୁ ଆଜି ବରିଷ୍ଠ ନେତା ତଥା ୟେଲା କୋଣ୍ଡା ବାବୁଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନୀତ କରାଯାଇଛି।

ADVT.

ସୂଚନା ମୁତାବକ ବର୍ତ୍ତମାନ ମନ୍ଦିର ର ସଭାପତି ପି ଶ୍ରୀନିବାସ କହିଛନ୍ତି ଯେ ମନ୍ଦୀର ର ଉନ୍ନତୀ ସକାଶେ କୋଣ୍ଡା ବାବୁଙ୍କ ଯୋଗଦାନ ଉଲ୍ଲେଖନୀୟ ହୋଇଥିବା ବେଳେ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଏହି ମନ୍ଦିର କୁ ଦେବାରେ କୋଣ୍ଡା ବାବୁଙ୍କ ଯୋଗଦାନ ଉଲ୍ଲେଖନୀୟ ।

ADVT.

ପୁଣି ଭବିଷ୍ୟତ କୁ ମଧ୍ୟ ଏହି ମନ୍ଦିର ପାଇଁ ଅଧିକ ଅର୍ଥ ଯୋଗାଡ଼ କରିବା ନେଇ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ତେଣୁ ମନ୍ଦିର କମିଟି ତରଫରୁ କୋଣ୍ଡା ବାବୁ ଙ୍କ ସହିତ ଧବଳେଶ୍ଵର ନାଇଡ଼ୁ, ପି ଗୌରୀ, କାଶୀ ନାଇଡୁ, ନରେନ୍ଦ୍ର କୁମନ୍ଦନ, ୟେଦି ମୁଦୁ ଓ ଇପ୍ପିଲି ରାଜୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିବା କହିଛନ୍ତି।

କମିଟି ସଭାପତି ଶ୍ରୀନିବାସ ଙ୍କୁ କୋଣ୍ଡା ବାବୁ ପ୍ରତିଶୃତି ଦେଇ କହିଛନ୍ତି ଯେ ମନ୍ତ୍ରୀ, ବିଧାୟକ ଓଁ ସୁଧୀର ବାବୁଙ୍କ ସହିତ କଥା ହୋଇ ପୁଣି ସାହାଯ୍ୟ କରିବି ବୋଲି l

ADVT.

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବୁରଦଳା ପୋଲମା ୟୁବ ଆସୋସିଏସନ ର ସମସ୍ତ ସଭ୍ୟଙ୍କ ସହିତ ଭବାନୀ ସାହି, କୋଣ୍ଡା ସାହି ଧୋବା ସାହି, ଦୈନିକ ବଜାର ସଭ୍ୟ, ରାୟଗଡା ମୁଖ୍ୟବଜ଼ାର ର ଜନସାଧାରଣ ସାମିଲ ହୋଇଥିଲେ l

ରାୟଗଡା ଜ଼ିଲ୍ଲା ଉତ୍କଳ ତେଲୁଗୁ ସାମୁଖ୍ୟ ଦ୍ୱାରା ପ୍ରଥମ କରି ଯେଉଁ ଉଗାଦି ଉତ୍ସବ ସଫଳତା ହୋଇଥିବାରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା l

ଏହି ପରିପେକ୍ଷରେ କୋଣ୍ଡା ବାବୁ, ପି ଗୌରୀ ଶଙ୍କର ରାଓ, ଇପିଲି ଧବଳେଶ୍ୱର ନାଇଡ଼ୁ, କାଶୀ ନାଇଡ଼ୁ, ଲକ୍ଷ୍ମଣ ରାଓ, ୟାଲା ମଧୁବାବୁ ମା ବୁର୍ଦଲମା ମନ୍ଦିର କୁ ଯାଇ ଦର୍ଶନ କରି ପୂଜାର୍ଚନା କରିଥିଲେ l


Share: