ଅବକାରୀ ବିଭାଗ ଦୁଇ ଗୋଟି ସ୍ଥାନ ରେ ଚଢ଼ାଉ ଗଞ୍ଜେଇ ଜବତ, ଦୁଇ ଗିରଫ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା: ଅବକାରୀ ଚଡାଉ କରି ଗଞ୍ଜେଇ ସହ ଦୁଇ ଜଣଗିରଫ କରିଥିବା ଖବର ଆମ ହସ୍ତଗତ ହୋଇଛି ମିଳିଥିବା ଖବର ଅନୁଯାଇ l ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବସ ଷ୍ଟାଣ୍ଡ ନିକଟରୁ ଅଶୋକ ରଣା (୨୫) ଙ୍କ ଠାରୁ ୧୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ନିରାକାରପୁର ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରୁ ଇଲିଆସ ଦୀପା (୨୨) ଙ୍କ ନିକଟରୁ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।
ଉଭୟ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ଙ୍ଗରିକିଆ ଗ୍ରାମର ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୮ ହଜାର ଟଙ୍କା ହୋଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ ଆଜି କୋର୍ଟଚଲାଣ କରାଯାଇଥିବାର ଅବକାରୀ ବିଭାଗ ସୂଚନା ଦେଇଛି।


Share: