ଧର୍ମପ୍ରାଣା ରୁକ୍ମଣୀ ଦେବତାଙ୍କ ବିୟୋଗ

Share:

ଓଡିଶା ବ୍ୟୁରୋ

କଟକ : କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ବରିଷ୍ଠ ଚାଷୀ ଶେଷଦବ ଦେବତାଙ୍କ ଧର୍ମପତ୍ନୀ ରୁକ୍ମଣୀ ଦେବତା(୭୫)ଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମପ୍ରାଣା,ମିଷ୍ଟଭାଷୀ, ମେଳାପି ଭାବେ ପରିଚିତ ବ୍ୟକ୍ତିତ୍ଵ । ମୃତ୍ୟଶଯ୍ୟା ନିକଟରେ ସ୍ବାମୀ ଶେଷଦେବ ଦେବତା,ଅମୂଲ୍ୟ ଦେବତା,କିଶୋର ନନ୍ଦ,ବିଜୟ କୁମାର ଦେବତା,ପୁତ୍ର ଆଇନଜୀବୀ ଧୈର୍ଯ୍ୟଧର ଦେବତା,ବିକାଶ,ମନୋରଞ୍ଜନ,ତାପସ, ସୁଭାଶିଷ,ଜାନୀ,ଜନ୍, ଅମରେଶ,ଲିଟୁ,ଫେଲୁ,ଚିଣ୍ଟୁ ପ୍ରମୁଖ ସମସ୍ତ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଧୈର୍ଯ୍ୟଧର ମୁଖଗ୍ନି ଦେଇଥିଲେ ।


Share: