ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଗୋଡିଶାଗଦା ଥାନା ଅଂଚଳରେ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ଆଜି ସକାଳେ ଗୋଡିଶାଗଦା ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତି ଯାହାର ନାମ ସନ୍ତୋଷ ସେଠି,ବୟସ-20 ବର୍ଷ, ଘର-ଗୋଡିଶାଗଦା ଙ୍କୁ ଚଢ଼ାଉ କରି ତାଙ୍କ ଠାରୁ 5.100 kg ଗଞ୍ଜେଇ ଜବତ କରି ଗିରଫ କରି ସାତପଡ଼ା ଅବକାରୀ ଥାନା କେସ ନମ୍ବର 89/2021-22 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି. ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ପ୍ରାୟ 25,500 ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, ASI ସନ୍ତୋଷ ନାୟକ, କଂସ୍ଟବଳେ ଶ୍ରୀ ସଞ୍ଜିପ ହସ୍ତୀ, ଅବିଜିତ ପ୍ରଧାନ, ସବିତା ସାହୁ, ପ୍ରଦୀପ୍ତ ପଣ୍ଡା


Share: