45 ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଆଗକୁ ଆଲୋକ ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣ ର ବାଣ ତିଆରି ସାମଗ୍ରୀ ଓ ବାଣ ଗଛିତ ଥିବା ନେଇ ଖବର ପାଇ ପୋଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉ ବେଳେ ପାଖାପାଖି 45 ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକାର ବାଣ ସହିତ ଗୋଟିଏ ପିକଅପ ଭେନ ଜବତ କରିଥିବା ବେଳେ ଜଣ ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ l ଆସିକା ଏସଡିପିଓ, ତହସିଲଦାର ଓ ବହୁ ପୋଲିସ ଉପସ୍ଥିତ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l


Share: