120 ଲିଟର ଚୋରା ଦେଶୀ ମଦ ସହ ଗୋଟିଏ ୱାଗନର କାର ଜବତ, ଘଟଣା ରେ ଜଣକୁ ଗିରଫ କଲା ଅବକାରୀ ବିଭାଗ
ଭଗବାନ ପାଢ଼ୀ
ଗଞ୍ଜାମ : ଚୋରା ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ l 120 ଲିଟର ଦେଶୀ ମଦ ସହିତ ଗୋଟିଏ ୱାଗନର କାର ଓ ଜଣେ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ l ଆଜି ମାଧହ୍ନ ସମୟରେ ଗୋଟିଏ ୱାଗନର ଗାଡ଼ିରେ ଚୋରା ଦେଶୀ ମଦ ଆସିକା ଅଭିମୁଖେ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରର ଖବର ପାଇ ଥିଲା ଆସିକା ଅବକାରୀ ବିଭାଗ l ଏହାକୁ ଧରିବା ଲାଗି ଓଆଇସି ଙ୍କ ନେତୃତ୍ୱରେ ଗୋଟିଏ ଟିମ କାଳସଣ୍ଢପୁର ପାଟିଳିଗୁଡା ରାସ୍ତାରେ ଯାଞ୍ଚବେଳେ ଏହି କାର ଡିକିରୁ ଛଅ ଟି ବେରେଲ ରୁ ପାଖାପାଖି 120 ଲିଟର ଚୋରା ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ l ତେବେ ଏହି ମଦ କେହୁଁଠାରୁ କେହୁଠାକୁ ଚାଲାଣ ହେଥିଲା ତାର ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଓଆଇସି ପ୍ରଦୀପ କୁମାର ମହାନ୍ତି l