ବିଜୁଳି ତାର ଲାଗି ୩ ଟି ମଇଁଷି ମୃତ
ନିତ୍ୟସୁନ୍ଦର ଜେନା

ମହାକାଳପଡା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମରେ ୩ଟି ମଇଁଷି ମୃତ୍ୟୁ ବରଣ କରିଅଛନ୍ତି, ଏହି ଗ୍ରାମର ଟୁକୁନା ଦାସ ଆଜି ସକାଳ ସମୟରେ ୧୫ଟି ମଇଁଷି ନେଇ, ଚରାଇବା ପାଇଁ ଯାଉଥିବା ସମୟରେ ମାଟି ଠାରୁ କମ୍ ଉଚତାରେ ଥିବା ବିଦ୍ୟୁତ ତାର ଲାଗି ଯିବାରୁ ୩ ଗୋଟି ମଇଁଷି କରେଣ୍ଟ ଆଘାତରେ ମୃତ୍ୟୁ ହୋଇଅଛି,ସେ ମଧ୍ୟ ସାମାନ୍ୟ କରେଣ୍ଟର ଆଘାତ ପାଇଅଛନ୍ତି, ସେ କିନ୍ତୁ ସୁସ୍ଥ ଅଛନ୍ତି.ବିଜୁଳି ବିଭାଗକୁ ଜଣାଇ ରାସ୍ତାରେ ତାଙ୍କ ପରିବାର ଧରି ବସି ଅଛନ୍ତି, ରାସ୍ତା ଅବରୋଧ କରି।ସେ ମଇଁଷି ରଖି ତାଙ୍କର ପରିବାରକୁ ଭରଣ ପୋଷଣ କରିଥାନ୍ତି, ତେଣୁ ଆନୁମାନିକ ମଇଁଷି ୩ଟି ଅଢେଇଲକ୍ଷ ଟଙ୍କା ହେବ, ସେଥିପାଇଁ ସେ ଦୁଃଖରେ ଭାଙ୍ଗି ପଡିଅଛନ୍ତି। ଏହି ମଇଁଷି ଗୁଡ଼ିକ ସମସ୍ତେ ମାଈ ଅଟନ୍ତି। ତେଣୁ କ୍ଷୀର ଦେଉଥିଲେ ସେ କ୍ଷୀର ବିକି ଚଳିଥାନ୍ତି। ଏଠି କଥା ଉଠୁଛି ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ଜାହାର ଫଳଭୋଗୁଛି ଗରିବ ଲୋକଟି । ଯଦି ସେ ଠାରେ ହୁକ ପଡୁ ଥିଲା ତେବେ ବିଦ୍ୟୁତ ବିଭାଗ ଧରୁ ନଥିଲା କିପରି କେମିତି ଏତେ କମ୍ ଉଚତାରେ ଇଲେକ୍ଟ୍ରି ତାର ନେଇଥିଲେ, ।

ବିଜୟନଗର ରୁ ବହଡି ରାସ୍ତା ବିଜୟନଗର ଶେଷ ଭାଗରେ ରାସ୍ତା ଅବରୋଧ ଫଳରେ ଜୀବା ଆସିବା ରେ ବାଧା ପ୍ରାପ୍ତ ହୋଇଅଛି, ଅନେକ ଗାଡି ଦୁଇ ପଟରେ ଛିଡା ହୋଇ ରହିଛି. ବସ୍ ଚଳାଚଳ ମଧ୍ୟ ବାଧା ପ୍ରାପ୍ତ ହୋଇଅଛି। ଅପରାହ୍ନ ୫ଟା ପରେ ମହାକାଳପଡା ପୋଲିସ ଆସି ବୁଝାସୁଝା କରିବା ପରେ ଟୁକୁନା ଦାସ ଙ୍କର ପରିବାର ରାସ୍ତା ରୁ ଉଠି ଯାଇଥିଲେ ଚଳାଚଳ ପୂର୍ବ ଭଳି ସ୍ଵାଭାବିକ ହୋଇଥିଲା