କେନାଲରେ ବୁଡି ଚାଷୀଙ୍କର ମୃତ୍ୟୁ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଢେଙ୍କାନାଳ :ନିଜ ବିଲରୁ କାମ ସାରି ଗାଁ ପାଖ କେନାଲରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ଭୁବନ ଥାନା ଧଳପଡା ପଞ୍ଚାୟତ ଅନ୍ତର୍ଗତ ଅନଳ ଗ୍ରାମ ନିକଟ ରେଙ୍ଗାଳୀ ମୁଖ୍ୟ ବାମ କେନାଲରେ । ଅନଳ ଗ୍ରାମର ଶ୍ରୀଧର ସେଠୀଙ୍କ ପୁଅ ଅନ୍ତର୍ଯ୍ୟାମୀ ସେଠୀ ୩୭ ବର୍ଷ ଆଜି ସକାଳେ ନିଜ ବିଲକୁ କାମକରି ଯାଇଥିଲେ । ତେବେ ସଂନ୍ଧ୍ୟାରେ ଘର ଅଭିମୁଖେ ଫେରି ଗ୍ରାମ ନିକଟ ରେଙ୍ଗାଳୀ କେନାଳରେ ଗାଧୋଉଥିବା ସମୟରେ ଅସାବଧାନ ବସତଃ ପାଣିରେ ବୁଡିଯାଇଥିଲେ ।

ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ସହାୟତାରେ ଅନ୍ତର୍ଯ୍ୟାମୀଙ୍କୁ କେନାଳରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମେଡିକାଲରେ ଡାକ୍ତର ଅନ୍ତର୍ଯ୍ୟାମୀଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ପରିବାର ଲୋକେ କାମାକ୍ଷାନଗର ଥାନାରେ ଏକ ଅପମୃତ୍ୟୁ ମାମଲା କରିବାଥିବା ଜଣାପଡିଛି । ତେବେ କାମାକ୍ଷାନଗର ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଆଦେଶ ଦେଇଥିବା ଜଣାପଡିଛି । ତେବେ ନିୟମ ଅନୁଯାଇ ସଂନ୍ଧ୍ୟା ପାଞ୍ଚ ଘଟିକା ପରେ ଶବ ବ୍ୟବଛେଦ ହୋଇନପାରିବାରୁ ଆସନ୍ତାକାଲି ସକାଳେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।


Share: