ବେଆଇନ କରତକଳ ଉପରେ ବନ ବିଭାଗ ର ଚଢ଼ାଉ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ବେଆଇନ ଭାବେ ଚାଲିଥିବା କରତକଳ ଉପରେ ବନବିଭାଗ ଚଢ଼ାଉ l ଜବତ କଲା ବହୁ ମୂଲ୍ୟବାନ କାଠ ସହିତ କରତକଳ ଯନ୍ତ୍ରାସ l

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡା ଗ୍ରାମରେ ବହୁ ବର୍ଷ ଧରି ସ୍କୁଲ ପାଖରେ ଗ୍ରାମ ମଝିରେ ବେଆଇନ ବେଧଡ଼କ ଭାବେ ଦୁଇଟି କରତକଳ ଚାଲିଥିଲା l ଏହାର ଖବର ପାଇ ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ଆଜି ସକାଳୁ ପୋଲସରା ରେଞ୍ଜର ଙ୍କ ନେତୃତ୍ୱରେ ଆସିକା, ବୁଗୁଡ଼ା, ସୋରଡ଼ା ରେଞ୍ଜ ର ରେଞ୍ଜର ଓ ବହୁ ବନ କର୍ମଚାରୀ ଙ୍କ ସମେତ କବିସୂର୍ଯ୍ୟନଗର ପୋଲିସ ଏବଂ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ଷ ମିଳିତ ଭାବେ ବେଆଇନ କରତକଳ ଚଢ଼ାଉ ରେ ସାମିଲ ହୋଇଥିବା ବେଳେ କରତକଳ ର ବହୁ ଯନ୍ତ୍ରାସ ସହିତ ମୂଲ୍ୟବାନ କାଠ ପଟା ଜବତ ହୋଇଥିବା ସୂଚନା ମିଳିଛି l ବର୍ତ୍ତମାନ ମଧ୍ୟ ଏହି ବେଆଇନ କରତକଳ ଉପରେ ଚଢ଼ାଉ ଜାରି ରଖିଛି ବନବିଭାଗ


Share: