ଗୁଣୁପୁର ଉପଖଣ୍ଡ ର ବହୁ ଚର୍ଚ୍ଚିତ ଦକ୍ଷ ଦୁଇ ମହିଳା ପ୍ରଶାଶୀକା

Share:

ଅମୁଲ୍ୟ ନିଶଙ୍କ


ରାୟଗଡା :ରାୟଗଡା ଜ଼ିଲ୍ଲା ର କାଶୀପୁର ବ୍ଲକ ସବୁବେଳେ ଚର୍ଚ୍ଚିତ ହୋଇ ରହିଆସୁଛି l ଠିକ ସେହିପରି କାଶୀପୁର ବ୍ଲକ ର ଏକ ଓଡିଶା ପ୍ରସାଶନିକ ସେବା ଅଧିକାରିଣୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ନିଜ ର ଦକ୍ଷତା ଦେଖାଇ ରାୟଗଡା ନୁହଁ ସମଗ୍ର ଓଡ଼ିଶାରେ ଚର୍ଚାରେ ରହି ନିଜର କର୍ତ୍ତବ୍ୟ ପରାୟଣତା ପାଇଁ ଏକ ଶ୍ରେଷ୍ଠ ମହିଳା ଅଧିକାରିଣୀ ଭାବେ ଚର୍ଚ୍ଚା ରେ ରହି ନିଜର ଦକ୍ଷତା ଦେଖାଇ ଓଡିଶା ସରକାର, ଜ଼ିଲ୍ଲା ପ୍ରଶାସନ ତଥା ଜନସାଧାରଣ ଙ୍କ ଅତି ଆପଣାର ହୋଇପାରିଛନ୍ତି l ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ କାଶୀପୁର ଆଦିବାସୀ ସମ୍ପ୍ରଦାୟ ର ଝିଅ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ କୃତ କାର୍ଯ୍ୟ ହୋଇ କିଛି ଦିନ ପାଇଁ ରାୟଗଡା ଜ଼ିଲ୍ଲାପାଳ ଙ୍କ କାର୍ୟଳୟ ରେ କିଛି ଦିନ ପାଇଁ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ପାଇଁ ନିଜର ଦାୟିତ୍ୱ ସମ୍ପାଦନ କରିଆସୁଥିଲେ l ଏହି ସମୟରେ ଓଡିଶା ସରକାର ପ୍ରଭାତି ଙ୍କୁ ରାୟଗଡା ଜ଼ିଲ୍ଲା ର ରାମନାଗୁଡ଼ା ତହସିଲ ର ତହସିଲଦାର ରୂପେ ନିଯୁକ୍ତି ଦେଇଥିଲେ l ଏହି ଅଂଚଳରେ ବ୍ୟାପକ ଭାବେ ବାଲି ଚୋରା ଚାଲଣ ଅବାଧ ରେ ଚାଲିଥିଲା ବାଲି ମାଫିଆ ବହୁ ସକ୍ରିୟ ରହିଥିଲେ ଠିକ ସେହିପରି ଏକ କ୍ରସର ମାଲିକ ବିନା ଲିଜ ରେ ପଥର ଖାଦାନ କରି କ୍ରସର ଚଳାଇ ଆସୁଥିଲେ l ପ୍ରଭାତୀ ତହସିଲଦାର ରୂପେ ଯୋଗଦାନ ପରେ ଅଚାନକ ଦିନ ରାତି ବିଭିନ୍ନ ବାଲିଘାଟ କୁ ଚଡାଉ କରି ବା ସହିତ ବାଲି ମାଫିଆ ଙ୍କୁ ସାବାଡ଼ କରିବା ସହିତ ବିନା ଲିଜ ରେ ପଥର ଖାଦାନ କରି କ୍ରସର କୁ ବନ୍ଦ କରିବାରେ ସକ୍ଷମ ହୋଇ ଚର୍ଚ୍ଚା କୁ ଆସି ଜନସାଧାରଣ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ କିନ୍ତୁ ରାଜନୈତିକ ବ୍ୟକ୍ତିଙ୍କ ଶିକାର ହେବା କୁ ପଡିଥିଲା l କିନ୍ତୁ ସେ ନିଜ ର କର୍ତ୍ତବ୍ୟ ଆଗରେ ହାର ମଣିନଥିଲେ l ରାୟଗଡା ରୁ ତାଙ୍କୁ ମାଲକାନଗିରି ଜ଼ିଲ୍ଲା କୁ ତହସିଲଦାର ଭାବେ ବଦଳି ହୋଇଥିଲା କିନ୍ତୁ ଏହି ସମୟ ରେ ରାମନାଗୁଡ଼ା ବ୍ଲକ ଅଧିକାରୀଙ୍କୁ ନବରଙ୍ଗପୁର ଜ଼ିଲ୍ଲା କୁ ବଦଳି ହୋଇଥିଲା l ତାଙ୍କରି ସ୍ଥାନରେ ପ୍ରଭାତୀ ଙ୍କୁ ଆସ୍ଥାହୀ ଭାବେ ବ୍ଲକ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା l ଠିକ ଏହି ସମୟ ରର ପଂଚାୟତ ସମିତି ବୈଠକ ରେ ବ୍ଲକ ଅଦକ୍ଷ ଶ୍ରୀ ରାବିଶଙ୍କର ଗମାଙ୍ଗ ସହିତ ମନ ମଳିନ ହୋଇଥିଲା l. ଠିକ ଏହି ସମୟରେ ଓଡିଶା ସରକାର ତାଙ୍କୁ ରାମନାଗୁଡ଼ା ର ସ୍ଥାହୀ ଗୋଷ୍ଠି ଉନୟନ ଅଧିକାରୀ ଭାବେ ନିଯୁକ୍ତି ଦେଇ ମାଲକାନଗିରି ଜ଼ିଲ୍ଲା କୁ ହୋଇଥିବା ବଦଳି ଆଦେଶ କୁ ରଦ କରିଥିଲେ l କିନ୍ତୁ ବ୍ଲକ ଅଦକ୍ଷ ଓ ବିଡ଼ିଓ ଙ୍କ ମଧ୍ୟରେ ମନମାଳିନ୍ୟ ବହୁ ତିକ୍ତତା ର ହେବା ରର ଲାଗି ପଡିଥିଲା ଜ଼ିଲ୍ଲା ପ୍ରସାଶନ ଏହି ମାମଲା ରର ହସ୍ତ କ୍ଷେପ କରି ଘଟଣା ର ସମାଧାନ କରିଥିଲେ l ଯୋଦ୍ୱାରା ବ୍ଲକ ର ଉନୟନ କାମ ଆଗେଇ ଚାଲିଲା l ଠିକ ଏହି ସମୟ ରେ ଗୁଣୁପୁର ପୌର ପରିଷଦ ର ପୌର ଅଧିକରେ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରି ପୌରାଞ୍ଚଳ ରେ ପରିମଳ ବ୍ୟବସ୍ତା ରର ସୁଧାର ଆଣିବା ସହିତ ସହରକୁ ଆଲୋକୀକରଣ କରିବାରେ ସକ୍ଷମ ହୋଇ ନିଜର ଦକ୍ଷତା ଦେଖାଇ ଜନସାଧାରଣ ଙ୍କ ଅତି ଆପଣ ର ହୋଇପାରିଛନ୍ତି l ଗୁଣୁପୁର ବ୍ଲକ ର ବ୍ଲକ ଅଧିକାରୀ ଙ୍କ ବଦଳି ପରେ ଗୁଣୁପୁର ର ଅସ୍ଥାହୀ ବ୍ଲକ ଅଧିକାରୀ ଭାବେ ଜ଼ିଲ୍ଲା ପ୍ରସାଶନ ନିଯୁକ୍ତି ଦେଇଛନ୍ତି l ଅତି ସୁନ୍ଦର ଭାବେ ରାମନାଗୁଡ଼ା ଠାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ସହିତ ବ୍ଲକ ସ୍ତରୀୟ ଚଇତି ଉତ୍ସବ ଗୁଣୁପୁର ଠାରେ ଉପଖଣ୍ଡ ସ୍ଥରୀୟ ଇଡ ତାଲ ଚଇତି ପାଳନ କରି ଜନସାଧାରଣ ଙ୍କ ଅତି ଆପଣାର ହୋଇ ପାରିଛନ୍ତି l ଗୋଟେ ମହିଳା ଅଧିକାରୀ ହୋଇ ମଧ୍ୟ୍ୟ ତିନୋଟି ସ୍ଥାନ ରେ ନିଜ ର ଦାୟିତ୍ୱ ଅତି ଚତୁରତାର ସହିତ ସମ୍ପାଦନ କରିନିଜକୁ ଏକ ଦକ୍ଷ ପ୍ରଶଶୀକା ବୋଲି ପ୍ରମାଣ କରିପାରିଛନ୍ତି ବୋଲି ସମଗ୍ର ଜ଼ିଲ୍ଲା ରେ ଜନସାଧାରଣ ଆଲୋଚନା କରିବାର ଜଣାପଡିଛି l ଠିକ ସେହିପରି ଅନ୍ୟ ଏକ ବରିଷ୍ଠ ଓଡିଶା ପ୍ରସାଶନିକ ସେବା ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ ମଧ୍ୟ୍ୟ କୌଣସି ଗୁଣ ରେ କମ ନୁହନ୍ତି l ଶାନ୍ତି ପ୍ରଭା ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ର ବ୍ଲକ ଅଧିକାରୀ ଭାବେ ବହୁ ଦିନ ଧରି କମ କରି ବହୁ ସୁନାମ ଅର୍ଜନ କରିଥିଲେ l କିଛିଦିନ ପାଇଁ ନବରଙ୍ଗପୁର ଜ଼ିଲ୍ଲା କୁ ବଦଳି ହୋଇଥିଲା l କିନ୍ତୁ ପୋରବର୍ତ୍ତୀ ସମୟ ରର ତାଙ୍କୁ ଗୁଣୁପୁର ବ୍ଲକ ଅଧିକାରୀ ଭାବେ ବଦଳି ହୋଇଥିଲା l ଗୁଣୁପୁର ରର ବ୍ଲକ ଅଧିକାରୀ ଭାବେ ଯୋଗଦାନ ପରେ ଅତି ଶାନ୍ତି ଶୃଙ୍ଖଳା ର ସହିତ ନିଜର କାର୍ଯ୍ୟ ସମ୍ପାଦନ କରିଆସୁଥିଲେ କିନ୍ତୁ ବ୍ଲକ ଅଧକ୍ଷା ଙ୍କ ସହିତ ତାଙ୍କରି ମନ ମାଳିନ୍ୟ ଉଗ୍ର ରୂପ ଧାରଣ କରିଥିଲା ଯାହାକି ପର ବର୍ତ୍ତୀ ମୁହୂର୍ତ୍ତ ରେ ଏହା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା l ଠିକ ଏହି ସମୟ ରେ ଶାନ୍ତି ପ୍ରଭା ଙ୍କୁ ପଦଉନ୍ନତି ଦେଇ ଗୁଣୁପୁର ସମ୍ମନିତ ଆଦିବାସୀ ଉନୟନ ସଂସ୍ଥା ର ପ୍ରକାଳ ପ୍ରଶଶୀକା ଭାବେ ନିଯୁକ୍ତି ଦେଇଥିଲେ l ସେ ତାଙ୍କ ର ନୂତନ ସ୍ଥାନ ରେ ଯୋଗ ଦାନ କରିବସହିତ ଅଧୁରା ପ୍ରକଳ୍ପ କୁ ସମ୍ପୂର୍ଣ୍ଣ ପାଇଁ ଆଗେଇ ଆସିବାର ଦେଖିବାକୁ ମିଳୁଛି l ବହୁ ବାଧା ବିଘ୍ନ କୁ ସାମ୍ନା କରି ଏହି ଦୁଇ ମହିଳା ଅଧିକାରୀ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି l ସୁଶ୍ରୀ ପ୍ରଭାତୀ କହିଛନ୍ତି ଯେ କର୍ତ୍ତବ୍ୟ ହିଁ ଭଗବାନ ଲୋକଙ୍କ ସେବା ହିଁ ଭଗବାନ ଙ୍କ ସେବା l ଯେତେ ବାଧାବିଘ୍ନ ଆସିଲେ ମଧ୍ୟ୍ୟ ନିଜ କର୍ତ୍ତବ୍ୟ ପଥରୁ ହଟିବା ମୋର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି l


Share: