ସୋମବାର ଠାରୁ ଜାଗା ଦର୍ଶନ ମନା

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଶ୍ରୀମନ୍ଦିର କୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଠାରୁ 31 ଜାନୁଆରୀ ଯାଏ ଶ୍ରୀମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିବ। ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର କୁ ଭକ୍ତ ଙ୍କ ସଂଖା ବଢୁଥିବା ବେଳେ କିଛି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ ରେ ସଂକ୍ରମିତ ହେଲେଣି । ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତିକାନ୍ତି ବାଧା ନ ଉପୁଜିବା କୁ ଦ୍ରୁଷ୍ଟି ରେ ରଖାଯାଇ ଏହି ନିଷ୍ପତ୍ତି ହୋଇଛି । ସେହିପରି କେଵଳ ପାଳି ଥିବା ସେବାୟତ ଶ୍ରୀମନ୍ଦିର କୁ ପ୍ରବେଶ ନେଇ ନିୟମ କରାଯାଇଛି। ସେବୟତ ଙ୍କ ପରିବାର ଲୋକ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇ ପାରିବେ ନାହିଁ । ସେହିପରି ସେବାୟତ ମାନେ କୋଭିଡ ନିୟମ କୁ ମାନି ମାସ୍କ , ସାନିଟାଇଜ , ସାମାଜିକ ଦୂରତା ପାଳନ ନେଇ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 31 ତାରିଖରେ ପରବର୍ତ୍ତୀ ବୈଠକରେ କୋଭିଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।


Share: