ରାସ୍ତା ସାରା କୁଢ଼ କୁଢ଼ ପୋକ, ଭୟରେ ଗ୍ରାମବାସୀ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଘର ର କାନ୍ଥ ହେଉ କି ମୁଖ୍ୟ ରାସ୍ତା ସବୁଠି କୁଢ଼ କୁଢ଼ ପୋକ l ତିନିଦିନ ହେଲା ଏହି ପୋକ ଏଭଳି ରାସ୍ତା ପାର ହୋଇ ଗ୍ରାମର ଘର ମାନଙ୍କରେ ପ୍ରବେଶ କରୁଛନ୍ତି l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ ପାଟଣା କାଳୀମନ୍ଦିର ଛକ ଠାରେ l ତିନି ଦିନ ହେଲା ଏହି ପୋକ ରାସ୍ତାକାଡ଼ ବିଲ ରୁ ଆସୁଥିବା ରୁ ଗ୍ରାମବାସୀ ଆତଙ୍କିତ ଭାବେ ରହିଛନ୍ତି l ଗ୍ରାମବାସୀ ଏହି ସମସ୍ୟା ନେଇ ପ୍ରଶାସନ କୁ ଖବର ଦେଇଥିବା ବେଳେ ଏଯାବତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି l କେବଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆସି ଦେଖି ଯାଇଥିବା ବେଳେ ଏହି ପୋକ ଙ୍କ ଦ୍ୱାରା ଗ୍ରାମବାସୀ ରୋଗାକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି l


Share: