ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର ,ଜଣେ ମୃତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ:ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ସଦର ସ୍ଥିତ ନିର୍ମାଣ ଧୀନ ନୂଆ ବସ ଷ୍ଟାଣ୍ଡ ନିକଟରେ ରେ ଶନିବାର ରାତି ପ୍ରାୟ ଏଗାରଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି,ମିଳିଥିବା ସୂଚନା ଅନୁଯାୟୀ ଚାରି ଜଣ ଯୁବକ ଓଡି ୦୭ ଏଲ ୭୭୮୯ ନମ୍ବର ବିଶିଷ୍ଟ କାର ରେ ରାୟଗଡା ଠାରୁ ଗୁଣୁପୁର କୁ ଫେରିବା ସମୟରେ କାର ର ଆଗ ସିଟ ବାମ ପାର୍ଶ୍ୱରେ ଡ୍ରାଇଭର ଜଣକ ବସିଥିଲେ ,ଉକ୍ତ କାର ରେ ଯାତ୍ରା କରୁଥିବା ଯାତ୍ରୀ କାର ଚଳାଉ ଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ସହର ମଧ୍ୟରେ ଥିବା ଏକ ଗଛ କୁ ଧକ୍କା ଦେଇ ଦୁର୍ଘଟଣା ଘଟାଇ ଥିବା ଜଣାପଡିଛି ,ଜନୈକ ବ୍ୟବସାୟୀ ଜଣକ ଶବ୍ଦ ଶୁଣି ଘର ବାହାର କୁ ଆସି ଦେଖିଲା ବେଳକୁ ଗାଡି ଟି ଦୁର୍ଘଟଣା ଘଟିଛି , ସଂଗେ ସଂଗେ ଅଚେତ ଅବସ୍ଥାରେ ଥିବା ରବି ଗମାଙ୍ଗ ଙ୍କୁ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ରାମନାଗୁଡା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର କୁ ନେଇଥିଲେ କିନ୍ତୁ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ରବି ଗମାଙ୍ଗ କୁ ମୃତ ଘୋଷଣା କରିଥିଲେ, ଘଟଣା ସ୍ଥଳରୁ କାର ରେ ବସି ଯାତ୍ରା କରୁଥିବା ଦୁଇ ଜଣ ଯୁବକ ଫେରାର ହୋଇଥିବା ବେଳେ ଦୁର୍ଘଟଣା ସମୟରେ କାର ଚଳାଉଥିବା ଯୁବକ ରାମନାଗୁଡା ଫାଣ୍ଡି ରେ ଆତ୍ମସମର୍ପଣ କରିଛନ୍ତି, ଗାଡ଼ି ଚଳାଉଥିବା ଯୁବକ ର ଘର ଗୁଡାରି ବ୍ଲକ ସାନ ହୁମା ପଂଚାୟତ ଅନ୍ତର୍ଗତ ବର୍ଜଗୁଡ଼ା ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ଘର ପୁଟାସିଂ ଥାନା ଅନ୍ତର୍ଗତ ରଂବା ତି ବୋଲି ଜଣାପଡିଛି ସେହିପରି ଫେରାର ଯୁବକଙ୍କ ଘର କୁଲୁସିଙ୍ଗ ଅଂଚଳରେ ବୋଲି ସୂଚନା ମିଳିଛି, ଘଟଣା ସମ୍ପର୍କରେ ଖବର ପାଇ ଫାଣ୍ଡି ଅଧିକାରୀ ଛବିନ୍ଦ୍ର ସେଠି ସଦଳ ବଳେ ପହଂଚି ଦୁର୍ଘଟଣା ଗ୍ରସ୍ତ କାର କୁ ଜବତ କରିବା ସହ ୯୧/୨୦୨୨ ରେ ଏକ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତି ଙ୍କୁ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠାଇ ଦେଇଥିବା ଜଣାପଡିଛି।


Share: