ଜନସମ୍ପର୍କ ପଦଯାତ୍ରା ର ଶେଷଦିନରେ ଶକ୍ତି ପ୍ରଦର୍ଶନ କଲା କବିସୂର୍ଯ୍ୟନଗର ର ବିଜେଡି

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଅକ୍ଟୋବର 2 ଠାରୁ ଏକମାସ ଧରି ଚାଲିଥିବା ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଆଜି ଉଦଯାପିତ ହୋଇଛି l ଏହି ଅବସରରେ ଆଜି କବିସୂର୍ଯ୍ୟନଗର ସହର ଠାରେ ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ କରାଯାଇଥିଲା l ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ ଓ ଏନଏସି ର ବହୁ ସଂଖ୍ୟାରେ ସମର୍ଥକ ଙ୍କୁ ନେଇ କବିସୂର୍ଯ୍ୟନଗର ଡାକ ବଙ୍ଗଳା ଠାରୁ ବିଶାଳ ରାଲିରେ ବାହାରି ସିନେମାହଲ ପଡିଆ ଠାରେ ପହଞ୍ଚିଥିଲେ l ଏହି ପଦଯାତ୍ରା ରେ ଆସିକା ସାସଂଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମେୟର ଙ୍କ ସମେତ ବିଜେଡି ର ରାଜ୍ୟ ଓ ଜିଲ୍ଲା ସ୍ଥରୀୟ କର୍ମକର୍ତା ଯୋଗଦେଇଥିଲେ l

ଏହାପରେ ସିନେମାହଲ ପଡିଆ ଠାରେ ଦଳ ପକ୍ଷରୁ ଆୟୋଜନ କରାଯାଇଥିବା ସମାବେଶ ରେ ଯୋଗଦେଇ ଜନସାଧାରଣ ଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଅବଗତ କରାଇବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ ପୁଣିଥରେ ବିଜୁ ଜନତା ଦଳକୁ ସମର୍ଥନ କରି ଶାସନ କୁ ଆଣିବାକୁ ଅନୁରୋଧ କରିଥିଲେ ମଞ୍ଚାସିନ ଅତିଥି l ଏହି ଅବସରରେ କବିସୂର୍ଯ୍ୟନଗର ଏନଏସି ର ପୂର୍ବତନ ଓ ବର୍ତମାନ ଅଧ୍ୟକ୍ଷା, ଉପାଧ୍ୟକ୍ଷ, କାଉସିଲର, କୋଦଳା ଏନଏସି ର ବିଜେଡି କାଉସିଲର ଓ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବିଜେଡି ର ଆଗଧାଡିର ନେତା କର୍ମୀ ଉପସ୍ଥିତ ରହିଥିଲେ l


Share: