କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ 26ତମ ଶ୍ରାଦ୍ଧ ଦିବସ ପାଳିତ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ 26ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ବିଧାୟିକା ଲତିକା ପ୍ରଧାନ ପ୍ରଥମେ ବେଗୁନିଆପଡା ବ୍ଲକ ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ଦେଇଥିଲେ ପରେ କୋଦଳା ଓ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗଦେଇ କାଲିମେଘୀ ଠାରେ ତିଳତର୍ପଣ କରାଯଇଥିଲା ଏବଂ ସେଇଠାରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ପ୍ରଥମେ ବିଧାୟିକା ବିଜୁ ବାବୁଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଯୁଳନ କରିଥିଲେ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ କାଉଁଷିଲର ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ


Share: