ମାନବ ଚାଲଣ ନିରୋଧ ୟୂନିଟ ଉପରେ ସଚେତନତା କାର୍ଯ୍ୟକ୍ରମ

Share:

ରଞ୍ଜନ ଦାସ

ପୁରୀ :ମାନବ ଚାଲଣ ଏକ ବେଆଇନ ଓ ନିନ୍ଦନୀୟ କାର୍ଯ୍ୟ।ଏଥିପାଇଁ ବିଭିନ୍ନ ଆଇନ ରହିଛି।ତେବେ ଲୋକ ମାନେ ସଚେତନ ହେଲେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ବୋଲି ମହିଳା ଆୟୋଗର ଅଧ୍ୟକ୍ଷ ମିନତୀ ବେହେରା ମତ ଦେଇଛନ୍ତି।ଆଜି ଅପରାହ୍ନ ରେ ୟୁଥ ହଷ୍ଟେଲ ଠାରେ ରାଜ୍ୟ ମହିଳା ଆୟୋଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ଜାତୀୟ ମହିଳା ଆୟୋଗର ସହଯୋଗ ରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀମତୀ ବେହେରା ବିଭିନ୍ନ ଉପାୟରେ ମାନବ ଚାଲଣକାରୀ ମାନେ ଏହାକୁ ପରିଚାଳନା କରୁଛନ୍ତି।

ଚାକିରୀ,ସାହାଯ୍ୟ, ଭଲରେ ରହିବା,ଭଲ ରୋଜଗାର କରିବା ଇତ୍ୟାଦି ର ପ୍ରଲୋଭନ ଦେଖାଇବା ଓ ଲୋକ ମାନେ ସଚେତନ ନ ହେବା ଯୋଗୁ ଏହାର ଶିକାର ହେବାର ଘଟଣା ମାନ ଘଟୁଛି। ତେଣୁ ସମସ୍ତେ ସତର୍କ ଓ ସଚେତନ ହେବାକୁ ସେ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଆଇନ ର ଉପଯୋଗ ସହ ଲୋକମାନଙ୍କୁ ବ୍ୟାପକ ସଚେତନ ପାଇଁ ଆହ୍ୱାନ ଦେଇଥିଲେ।ପରାମର୍ଶ ଦାତା ତଥା ବିଷୟ ବିଶାରଦ ଡ଼ଃ ଏନ ଟୁନା ସାହୁ ବିଷଦ ଆଲୋଚନା କରି ମାନବ ଚାଲାଣ ର ଲକ୍ଷ୍ୟ, ଉଦ୍ଦେଶ୍ୟ, ବିବିଧ ପ୍ରକାର ଚାଲଣ , ସମାଜ ଉପରେ ପ୍ରଭାବ, ଶିକ୍ଷା ଓ ସଚେତନତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସ୍ନେହାଞଳି ମହାନ୍ତି, ସ୍ୱର୍ଣ୍ଣ ଲତା ସାମଲ,ଜଲିନା ପ୍ରିୟଦର୍ଶିନୀ, ରେଜିଷ୍ଟାର ଶ୍ରୀ ସୁଶୀଲ ରାୟ ,ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ ,ପୋଲିସ ଡିଏସପି ଅଶ୍ମୀତା ପରମିତା,ଶିଶୁ ମଙ୍ଗଳ କମିଟି ର ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତ ଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା , ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି, ସୁମିତା ରାଣୀ ଘୋଷ, ଶୁଭକାନ୍ତ ଦାସ,ଜୟ କୃଷ୍ଣ ପଲେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Share: