କୋଦଳା ଠାରେ ପୋଲିସ ସହାୟତା କେନ୍ଦ୍ର କୁ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟ ନେଇ ଗଞ୍ଜାମ ଜିଲ୍ଲା କୋଦଳା ସହର ର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର l ସହର ବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁ ଦିନରୁ ଦାବି କରିଆସୁଥିବା ବେଳେ ଆଜି ଏହାର ହୋଇଛି ଉଦଘାଟନ l ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ସହାୟତା କେନ୍ଦ୍ର କୁ ଉଦଘାଟନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ , ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ,କୋଦଳା ତହସିଲଦାର ସସ୍ମିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l

ଏହାସହିତ ଆଗାମୀଦିନରେ ବିଧାୟକ ପାଣ୍ଠିରୁ ସାତଲକ୍ଷ ଟଙ୍କା ବ୍ୟୟରେ ସହର ର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ନେଇ ସ୍ଥିର ହୋଇଥିବା କହିଛନ୍ତି ବିଧାୟିକା l ସେପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ସମସ୍ତ କର୍ମଚାରୀ ଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସହର ବହୁ ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି l ଅନ୍ୟପଟେ କିଛିଦିନ ପୂର୍ବରୁ ଫଳକ ନାମ ଲେଖାକୁ ନେଇ ଅଞ୍ଚଳରେ ରାଜନୀତି ସରଗରମ ହୋଇଥିଲା l ଫଳକ ରେ ନିଜ ନାମ ନଥିବା ନେଇ କୋଦଳା ଏନଏସି ଅଧ୍ୟକ୍ଷ ପ୍ରତିବାଦ କରିଥିଲେ l ଏହି ପ୍ରତିବାଦ କୁ ନେଇ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ପୋଲିସ ସହାୟତା କେନ୍ଦ୍ର ପୋଲିସ ବିଭାଗର l ଏଥିରେ କାହାକୁ ନିମନ୍ତ୍ରଣ କରାଯିବ ଓ କାହା ନାମ ଲେଖାଯିବା ତାହା ବିଭାଗ ସ୍ଥିର କରେ l ଏହାକୁ ନେଇ ରାଜନୀତି କରଣ କରିବା ଅନୁଚିତ l


Share: