ଏଟିଏମ ଲୁଟିବା ପୂର୍ବରୁ ପହଞ୍ଚିଲା ପୋଲିସ
ଭଗବାନ ପାଢ଼ୀ ଙ୍କ ରିପୋର୍ଟ
ଗଞ୍ଜାମ : ଏଟିଏମ ଲୁଟିବାରେ ବିଫଳ ହେଲେ ଲୁଟେରା l ଲୁଟ ଉଦ୍ୟମ ଫଣ୍ଡ କଲା ପୋଲିସ l ଗଞ୍ଜାମ ଜିଲ୍ଲା ଆସିକା ସହର ର ବିଜୁପଟ୍ଟନାୟ ଛକ ନିକଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଜଣେ ଦୃବୁତ ଏଟିଏମ ର ଗେଟ ତାଡି ମେସିନ ରୁ ଟଙ୍କା ଲୁଟ ଉଦ୍ୟମ କରୁଥିବା ସୂଚନା ପାଇ ଆସିକା ପୋଲିସ ର ପାଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା l
ଲୁଟ ଉଦ୍ୟମ କରୁଥିବା ଲୁଟେରା ପୋଲିସ କୁ ଦେଖି ଲୁଟ ବେଳେ ବ୍ୟବହୃତ ସରଞ୍ଜାମ କୁ ଛାଡି ଛାତ୍ର ଭଙ୍ଗ ଦେଇଥିଲା l ଫଳରେ ଏଟିଏମ ଲୁଟିବାରେ ସଫଳ ହୋଇନଥିଲା ଲୁଟେରା l ଅନ୍ୟପଟେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସାଇଣ୍ଟିଫିକ ଟିମ ଓ ଅନୁସନ୍ଧନୀ କୁକୁର ପହଞ୍ଚି ତଦନ୍ତ ଜୋରଦାର କରିଛି ପୋଲିସ l