ଏଟିଏମ ମେସିନ ଭାଙ୍ଗି ଲୁଟ ଉଦ୍ୟମ ସହିତ ନିକଟ ଦୋକାନ ରୁ ମୋବାଇଲ ଓ ଟଙ୍କା ଲୁଟିନେଲେ ଦୁର୍ବୁତ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ବିଳମ୍ବିତ ରାତିରେ ଦୁର୍ବୁତ୍ତ ଙ୍କ ଉନ୍ନତ କାଣ୍ଡ l ଏଟିଏମ ମେସିନ ଭାଙ୍ଗି ଲୁଟ ଉଦ୍ୟମ କରିବା ସହିତ ନିକଟ ଗୋଟିଏ ଦୋକାନ ରେ ପଶି ଦୋକାନୀ ଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଲୁଟିନେଲେ l ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ନୂଆଗାଁ ସୁଗାର ଫେକ୍ଟ୍ରି ଛକ ଠାରେ l

ସୂଚନା ମୁତାବକ ରାତି ବାରଟା ବେଳେ ତିନି ଜଣ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକଲ ରେ ଆସି ଛକ ନିକଟରେ ଥିବା ଗୋଟିଏ ଦୋକାନ ପଶି ଦୋକାନୀକୁ ମାର ପିଟ କରିବା ସହିତ ତାଙ୍କ ଠାରୁ ତିନି ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟିନେଲେ ଦୁର୍ବୁତ୍ତ l ଏହାସହିତ ଛକ ଠାରେ ଥିବା ଏସବିଆଇ ଏଟିଏମ ମେସିନ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣା ପଡିଛି l ଖବର ପାଇ ଆସିକା ପୋଲିସ ପହଁଚି ତଦନ୍ତ ଚଳାଇ ଥିବା ବେଳେ ଆଜି ଡଗ ସ୍କୱାର୍ଡ ପହଞ୍ଚି ଛାନବିନ କରିବା ନେଇ ସୂଚନା ମିଳିଛି l ତେବେ ଦିନକୁ ଦିନ ଅଞ୍ଚଳରେ ଏଟିଏମ ଲୁଟାରେ ମାନେ ଲୁଟ ପାଇଁ ପ୍ରୟାସ ଚଳାଉଥିବା ବେଳେ ପୋଲିସ ପାଇଁ ସୃଷ୍ଟି ହୋଇଛି ଚାଲେଞ୍ଜ l


Share: